ଓଡିଶା

odisha

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; କୃଷି ଆଇନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ

By

Published : Jan 11, 2021, 1:46 PM IST

Updated : Jan 11, 2021, 3:44 PM IST

କୃଷି ଆଇନ ଓ ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । କୃଷି ଆଇନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଯଦି ସରକାର ନ କରନ୍ତି ତେବେ ଆମେ ପଦକ୍ଷେପ ନେବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; କୃଷି ଆଇନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; କୃଷି ଆଇନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ । କୃଷି ଆଇନ ଓ ଚାଷୀ ଆନ୍ଦୋଳନକୁ ନେଇ ଆବେଦନ ଯାଚିକାର ଶୁଣାଣି କରି ଅସନ୍ତୁଷ୍ଟ ଜାହିର କରିଛନ୍ତି । କି ପ୍ରକାର ବୁଝାମଣା ହେଉଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଯାହା କିଛି ଚାଲିଛି ଆମେ ସେଥିରୁ ଖୁସି ନାହୁଁ । ଗତଥର ମଧ୍ୟ ସରକାର ବୁଝାମଣାରେ ଏହାକୁ ସମାପ୍ତ କରିବେ କହିଥିଲେ, ହେଲେ ଆଜି ପର୍ଯ୍ୟନ୍ତ ଏହାର ନିଷ୍କର୍ସ ବାହାରି ପାରିଲା ନାହିଁ ବୋଲି ସମାଲୋଚନା କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏସଏ ବୋବଡେ ।

ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ଭର୍ସନା କରିବା ସହ ଆଇନକୁ ସ୍ଥଗିତ ରଖିବାକୁ କହିଛନ୍ତି । ଯଦି ସରକାର ସ୍ଥଗିତ ନ ରଖନ୍ତି ତେବେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ । କିଛି ଲୋକେ ଆତ୍ମହତ୍ୟା କରୁଛନ୍ତି । କାହିଁକି ଥଣ୍ଡା କାକରରେ ବୟସ୍କ ଓ ମହିଳାମାନେ ଧାରଣରେ ବସୁଛନ୍ତି । ଏବଂ କାହିଁକି କେହି ଜଣେ ଏହି ଆଇନ ସପକ୍ଷରେ ଆବେଦନ କରୁନାହିଁନ୍ତି । ତେବେ କୌଣସି ରକ୍ତପାତ କିମ୍ବା ମୃତ୍ୟୁକୁ ଗ୍ରହଣ କରାଯିବ ନାହିଁ ବୋଲି ଜଷ୍ଟିସ ଏସଏସ ବୋବେଡଙ୍କ ତିନି ଜଣିଆ ଖଣ୍ଡପୀଠ ଆଜି ଶୁଣାଣିରେ କହିଛନ୍ତି । ମୁଖ୍ୟ ବିଚାରପତି କହିଛନ୍ତି ଯେ, ଆମେ ଆଶଙ୍କା କରୁଛୁ ଯେ ଦିନେ ଆନ୍ଦୋଳନ ସ୍ଥାନରେ ହିଂସା ସୃଷ୍ଟି ହୋଇପାରେ ।

ତେଣୁ ଆଇନକୁ ସ୍ଥଗିତ ରଖାଯାଇ ଏକ କମିଟି ଗଠନ କରାଯାଉ । ଏକ୍ସପର୍ଟ କମିଟିର ନିଷ୍ପତ୍ତି ପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ ନ କରାଯାଉ । ସରକାର ଆଇନ ସ୍ଥଗିତ ନ କଲେ ଏନେଇ କୋର୍ଟ ନିଜ ଆଡୁ ନିର୍ଦ୍ଦେଶ ପାସ କରିବ । କମିଟି ପାଖରେ ନିଜର ଅଭିଯୋଗ ରଖିବାକୁ ଚାଷୀମାନଙ୍କୁ ଅନୁମତି ଦେଇଛନ୍ତି । କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ଶୁଣାଇବେ କୋର୍ଟ ।

ସୂଚନାଯୋଗ୍ୟ, ଦିଲ୍ଲୀ ସୀମାରେ ତିନି କୃଷି ଆଇନକୁ ବିରୋଧ କରି 48 ଦିନ ଧରି ଚାଷୀ ଆନ୍ଦୋଳନରେ ବସିଛନ୍ତି । ଚାଷୀ ଆନ୍ଦୋଳନ ଏବଂ କୃଷି ଆଇନ ସହିତ ଜଡିତ ସମସ୍ତ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 11, 2021, 3:44 PM IST

ABOUT THE AUTHOR

...view details