ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ହୋଇଥିବା ଦ୍ବିପାକ୍ଷିକ ଆଲୋଚନାରେ ଟ୍ରମ୍ପ ଏହା ପ୍ରକାଶ କରିଛନ୍ତି ।
କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ଖେଳାଇଲେ ଟ୍ରମ୍ପ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଫଟୋ ସୌଜନ୍ୟ: ଏଏନଆଇ
ଟ୍ରମ୍ପ କହିଛନ୍ତି, ଯଦି କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଇମ୍ରାନ ଖାନ ଇଚ୍ଛା ପ୍ରକାଶ କରନ୍ତି ସେ ପ୍ରସ୍ତୁତ ଅଛନ୍ତି । ମଧ୍ୟସ୍ଥି କରିବାରେ ସାମର୍ଥ୍ୟ ବି ଅଛି । ଏହା ଏକ ଜଟିଳ ସମସ୍ୟା ଯାହା ଅନେକ ଦିନ ଧରି ଚାଲିଆସିଛି । ଏଥିରେ ଉଭୟ ପକ୍ଷ ରାଜିହେଲେ ମଧ୍ୟସ୍ଥତା କରିବାକୁ ରାଜି ଅଛି ବୋଲି ଟ୍ରମ୍ପ ପ୍ରକାଶ କରିଛନ୍ତି । ପୂର୍ବରୁ ବି ବହୁବାର ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରି ଚର୍ଚ୍ଚାରେ ଆସିଛନ୍ତି ।