ଓଡିଶା

odisha

ETV Bharat / bharat

ଦୀପ-କ୍ୟାଣ୍ଡେଲ ଲଗାନ୍ତୁ କିନ୍ତୁ ଲିଭାନ୍ତୁ ନାହିଁ ଲାଇଟ୍: ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ

ରବିବାର ରାତି 9 ରେ ଘରର ସମସ୍ତ ବିଜୁଳି ବନ୍ଦ କରି 9 ମିନିଟ ନିଜ ଘରେ ରହି ଦ୍ବୀପ କିମ୍ବା କ୍ୟାଣ୍ଡେଲ ଲଗାନ୍ତୁ । ଭିଡିଓ ବାର୍ତ୍ତାରେ କିଛି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ । ହେଲେ ମହାରାଷ୍ଟ୍ରର ଶକ୍ତି ମନ୍ତ୍ରୀ କହିଛନ୍ତି ସବୁ କରନ୍ତୁ କିନ୍ତୁ ଘରର ବିଜୁଳି ବନ୍ଦ କରନ୍ତୁ ନାହିଁ । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

କ୍ୟାଣ୍ଡେଲ ଓ ଲ୍ୟାମ୍ପ ଲଗାନ୍ତୁ କିନ୍ତୁ ବୁଝାନ୍ତୁ ନାହିଁ ବିଜୁଳି: ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ
କ୍ୟାଣ୍ଡେଲ ଓ ଲ୍ୟାମ୍ପ ଲଗାନ୍ତୁ କିନ୍ତୁ ବୁଝାନ୍ତୁ ନାହିଁ ବିଜୁଳି: ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ

By

Published : Apr 4, 2020, 11:43 AM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ବାର୍ତ୍ତା ପରେ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କେହି କେହି ଏହାକୁ ପ୍ରଶଂସା କରୁଥିବା ବେଳେ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି । ତେବେ ମହାରାଷ୍ଟ୍ରର ଶକ୍ତିମନ୍ତ୍ରୀ ନିତୀନ ରାଉତ ଘରର ବିଜୁଳି ବନ୍ଦ ନକରି କ୍ୟାଣ୍ଡଲ କିମ୍ବା ଦ୍ବୀପ ଲଗାଇବା ପାଇଁ ଅପିଲ କରିଛନ୍ତି ।

ସେ କହିଛନ୍ତି ଯେ ଯଦି ଏକାସାଙ୍ଗରେ ସମସ୍ତ ଲାଇଟ ବନ୍ଦ କରାଯାଏ ତେବେ ଏହା ଗ୍ରୀଡ୍‌ର ବିଫଳତାକୁ ନେଇପାରେ । ଆମର ସମସ୍ତ ଜରୁରୀକାଳୀନ ସେବା ବିଫଳ ହୋଇପାରେ । ଶକ୍ତିର ପୁନରୁଦ୍ଧାର ପାଇଁ ଏକ ସପ୍ତାହ ସମୟ ନେଇପାରେ । ସେଥିପାଇଁ ମୁ ଜନତାକୁ ଅନୁରୋଧ କରୁଛି ଯେ ଦ୍ବୀପ ଓ କ୍ୟାଣ୍ଡେଲ ଲଗାନ୍ତୁ କିନ୍ତୁ ଘରର ବିଜୁଳି ବନ୍ଦ କରନ୍ତୁ ନାହିଁ ।

ଏଠାରେ ସୂଚନା ଥାଉ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ଭିଡିଓ ବାର୍ତ୍ତା ଦେଇ କହିଥିଲେ ଯେ ଏହି ରବିବାର ରାତି 9 ଟାରେ 9 ମିନିଟ ପାଇଁ ନିଜ ଘରେ ରହି ଦ୍ବୀପ, ଟର୍ଚ୍ଚ କିମ୍ବା ମୋବାଇଲ ଲାଇଟ ଲଗାଇବାକୁ । 130 କୋଟି ଜନତା କୋରୋନା ରୂପକ ଅନ୍ଧକାରକୁ ଦୂର କରିବାକୁ ଏକ ସଂକଳ୍ପ ନେବା ପାଇଁ ରହିଛି ଆହ୍ବାନ । ତେବେ ଏହି ଭିଡିଓ ବାର୍ତ୍ତା ପରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଅନେକ ଏହାକୁ ବୈଜ୍ଞାନିକ ଦୃଷ୍ଟିକୋଣ ଦେଉଥିବା ବେଳେ ଅନେକ ଆଧ୍ୟାତ୍ମିକ ଦୃଷ୍ଟିକୋଣ ଦେଉଛନ୍ତି ।

@ANI

ABOUT THE AUTHOR

...view details