ଗୌହାଟୀ: ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ବ ସାରମାଙ୍କ ବଡ ବୟାନ। ଆସନ୍ତା ବର୍ଷ ବିଧାନସଭା ନିର୍ବାଚନରେ ଯଦି ତାଙ୍କ ଦଳ କ୍ଷମତାକୁ ଫେରିବ ତେବେ ପରବର୍ତ୍ତୀ ସରକାର 'ଲଭ୍ ଜିହାଦ୍' ବିରୋଧରେ କଡା ଲଢେଇ ଆରମ୍ଭ କରିବେ ବୋଲି ସେ ରବିବାର କହିଛନ୍ତି । ସୂଚନା ଅନୁସାରେ, 126 ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭା ପାଇଁ ମାର୍ଚ୍ଚ-ଏପ୍ରିଲ 2021ରେ ନିର୍ବାଚନର ଅନୁଷ୍ଠିତ କରାଯିବ।
ଆସାମରରେ ଲଭ୍ ଜିହାଦ୍ ବିରୋଧରେ ଆମକୁ ଏକ ନୂତନ ତଥା କଠୋର ଲଢେଇ ଆରମ୍ଭ କରିବାକୁ ପଡିବ। ଯଦି ବିଜେପି ପୁନର୍ବାର କ୍ଷମତାକୁ ଆସେ ତେବେ ଆମେ ନିଷ୍ପତ୍ତି ନେବୁ ଯେ ଯଦି କୌଣସି ପୁଅ ନିଜର ଧାର୍ମିକ ପରିଚୟ ଲୁଚାନ୍ତି ଏବଂ ଆସାମର ଝିଅ ଏବଂ ମହିଳାଙ୍କ ଉପରେ ନକାରାତ୍ମକ ମନ୍ତବ୍ୟ ଦିଅନ୍ତି, ତେବେ ସେ ନିର୍ଦ୍ଦୟ ତଥା କଠୋର ଦଣ୍ଡର ସମ୍ମୁଖୀନ ହେବେ ବୋଲି ଉତ୍ତର ପୂର୍ବ ଗଣତାନ୍ତ୍ରିକ ଆଲାଇନ୍ସର ସଂଯୋଜକ କହିଛନ୍ତି ।