ରାୟପୁର: ଛତିଶଗଡର ଦାନ୍ତେୱ୍ବାଡାରେ ଠାରେ ନକ୍ସଲ ରଚିଛନ୍ତି ବର୍ବରକାଣ୍ଡ । ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ସେଣ୍ଟ୍ରାଲ ରିର୍ଜଭ ପୋଲିସ୍ ଫୋର୍ସର(ସିଆରପିଏଫ୍) ଜଣେ ଯବାନ ଶହୀଦ ହୋଇଛନ୍ତି । ବୁଧବାର ସକାଳ 06.15ମିନିଟରେ ଦାନ୍ତେୱାଡାର ବେଦଲି ନିକଟରେ ଏହି ଆଇଡି ବିସ୍ଫୋରଣ ହୋଇଛି । 195 ବାଟାଲିୟନର ଯବାନ ରୋଶନ କୁମାର ଶହୀଦ ହୋଇଛନ୍ତି ।
ନକ୍ସଲଙ୍କ ବର୍ବରକାଣ୍ଡ, ଆଇଡି ବିସ୍ଫୋରଣରେ ସିଆରପିଏଫ୍ ଯବାନ ଶହୀଦ - ନକ୍ସଲ ରଚିଛନ୍ତି ବର୍ବରକାଣ୍ଡ
ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ସେଣ୍ଟ୍ରାଲ ରିର୍ଜଭ ପୋଲିସ୍ ଫୋର୍ସ(ସିଆରପିଏଫ୍) ଜଣେ ଯବାନ ପ୍ରାଣ ହରାଇଛନ୍ତି ହୋଇଛନ୍ତି। 195 ବାଟାଲିୟନର ଯବାନ ରୋଶନ କୁମାର ଶହୀଦ ହୋଇଛନ୍ତି ।
![ନକ୍ସଲଙ୍କ ବର୍ବରକାଣ୍ଡ, ଆଇଡି ବିସ୍ଫୋରଣରେ ସିଆରପିଏଫ୍ ଯବାନ ଶହୀଦ](https://etvbharatimages.akamaized.net/etvbharat/prod-images/768-512-3994929-thumbnail-3x2-naxal-1.jpg)
ଫାଇଲ ଫଟୋ
ସୂଚନା ଅନୁସାରେ ଯବାନମାନେ ମଙ୍ଗଳବାର ରାତିରେ ପୁସପାଲ କ୍ୟାମ୍ପରୁ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲେ । ବୁଧବାର ସକାଳେ କ୍ୟାମ୍ପକୁ ଫେରିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ବସ୍ତର ଏସପି ଦୀପକ ଝା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ନକ୍ସଲ, ଯବାନଙ୍କ କ୍ୟାମ୍ପଠାରୁ ମାତ୍ର 700 ମିଟର ଦୂରରେ ଆଇଡି ଖଞ୍ଜିଥିବା ଜଣାଯାଇଛି।