ଦାନ୍ତେୱାଡା: ଛତିଶଗଡ ଦାନ୍ତେୱାଡା ଜିଲ୍ଲା ଅରନପୁରରେ ଆଇଡି ବ୍ଲାଷ୍ଟ । ମାଓବାଦୀଙ୍କ ବିଛା ଯାଇଥିବା ଆଇଡିରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି । ସେହିପରି ନକ୍ସଲଙ୍କ ସହ ଗୁଳି ବିନିମୟରେ ୬ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ରାୟପୁର ସ୍ଥାନାନ୍ତରଣ କରାଯାଇଛି ।
ନିର୍ବାଚନ ପୂର୍ବରୁ ମାତିଲେ ମାଓବାଦୀ, ଆଇଡି ବ୍ଲାଷ୍ଟରେ ଯବାନ ଶହୀଦ - CRPF
କୋଣ୍ଡାପାରା କ୍ୟାମ୍ପରୁ ସିଆରପିଏଫ ଯବାନ ପେଟ୍ରୋଲିଂ ପାଇଁ ଯାଇଥିବା ସମୟରୋ ହୋଇଥିଲା ବିସ୍ଫୋରଣ । ଏହି ସମୟରେ ଅରନପୁର ଥାନା କ୍ଷେତ୍ରରେ ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ ।
![ନିର୍ବାଚନ ପୂର୍ବରୁ ମାତିଲେ ମାଓବାଦୀ, ଆଇଡି ବ୍ଲାଷ୍ଟରେ ଯବାନ ଶହୀଦ](https://etvbharatimages.akamaized.net/etvbharat/images/768-512-2730520-897-e8ea9343-da3f-4345-ad54-61273a49bc84.jpg)
ଫାଇଲ ଫଟୋ
ସୂଚନାଯୋଗ୍ୟ, କୋଣ୍ଡାପାରା କ୍ୟାମ୍ପରୁ ସିଆରପିଏଫ ଯବାନ ପେଟ୍ରୋଲିଂ ପାଇଁ ଯାଇଥିବା ସମୟରୋ ହୋଇଥିଲା ବିସ୍ଫୋରଣ । ଏହି ସମୟରେ ଅରନପୁର ଥାନା କ୍ଷେତ୍ରରେ ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ ।