ନୂଆଦିଲ୍ଲୀ:ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଭାରତ ଜନସଂଖ୍ୟାରେ କୋରୋନା ଜୀବାଣୁ ସଂକ୍ରମଣର ବିସ୍ତାରକୁ ଆକଳନ କରିବା ପାଇଁ ଜନସଂଖ୍ୟା ଆଧାରିତ ସର୍ଭେ କରୁଛି।
କୋରୋନା ସଂକ୍ରମଣ ଆକଳନ ପାଇଁ 21 ରାଜ୍ୟରେ ସର୍ଭେ କରିବ ICMR - india corona news
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଭାରତ ଜନସଂଖ୍ୟାରେ କୋରୋନା ଜୀବାଣୁ ସଂକ୍ରମଣର ବିସ୍ତାରକୁ ଆକଳନ କରିବା ପାଇଁ ଜନସଂଖ୍ୟା ଆଧାରିତ ସର୍ଭେ କରୁଛି।

ଗତ ମଙ୍ଗଳବାର ଆଇସିଏମଆର ଏକ ବିବୃତ୍ତିରେ କହିଛି ଯେ, ଦେଶର 21ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 69ଟି ଜିଲ୍ଲାରେ ଏହି ସର୍ଭେ କରାଯିବ। ଏହି ରାଜ୍ୟଗୁଡ଼ିକରେ ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ଆସାମ ଏବଂ ବିହାର ଅନ୍ତର୍ଭୁକ୍ତ। କୋରୋନା ଭାଇରସ ମାମଲାକୁ ଆଧାର କରି ଜିଲ୍ଲାମାନଙ୍କରେ ଚାରୋଟି ସ୍ତରରେ ବଣ୍ଟା ହୋଇଥିବା 24 ହଜାର ବୟସ୍କଙ୍କ ଉପରେ ଚାରୋଟି ସ୍ତରରେ ବିଭକ୍ତ ଶ୍ରେଣୀଭୁକ୍ତ ଏହି ଅଧ୍ୟୟନ କରାଯିବ।
ପ୍ରକାଶ ଥାଉକି, ସମଗ୍ର ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । 212ଟି ଦେଶରେ ଗତ 24 ଘଣ୍ଟା ମଧ୍ୟରେ 85272 ନୂଆ କୋରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ 24 ଘଣ୍ଟା ମଧ୍ୟରେ 5319 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ୱାର୍ଲ୍ଡମିଟର ଅନୁଯାୟୀ, ଏପର୍ଯ୍ୟନ୍ତ ସମଗ୍ର ବିଶ୍ବରେ 43 ଲକ୍ଷରୁ ଉର୍ଦ୍ଧ୍ବ ଲୋକ କରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 292450 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏଥିସହିତ1597860 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।