ଓଡିଶା

odisha

ETV Bharat / bharat

ଟ୍ରୁନେଟକୁ କୋରୋନା ସ୍କ୍ରିନିଂ ପରୀକ୍ଷା ପାଇଁ ବୈଧ ଘୋଷଣା କଲା ICMR - ICMR validates TrueNat

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଯକ୍ଷ୍ମା ପରୀକ୍ଷଣ ଯନ୍ତ୍ର ଟ୍ରୁନେଟକୁ କୋରୋନା ସ୍କ୍ରିନିଂ ପରୀକ୍ଷା ପାଇଁ ବୈଧ ବୋଲି ଘୋଷଣା କରିଛି । ଅଧିକ ପଢନ୍ତୁ...

ICMR validates TrueNat for COVID-19 screening tests
ଟ୍ରୁନେଟକୁ କୋରୋନା ସ୍କ୍ରିନିଂ ପରୀକ୍ଷା ପାଇଁ ବୈଧ ଘୋଷଣା କଲା ଆଇସିଏମଆର

By

Published : Apr 10, 2020, 4:57 PM IST

ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଯକ୍ଷ୍ମା ପରୀକ୍ଷଣ ଯନ୍ତ୍ର ‘ଟ୍ରୁନେଟ’କୁ କୋରୋନା ସ୍କ୍ରିନିଂ ପରୀକ୍ଷା ପାଇଁ ବୈଧ ବୋଲି ଘୋଷଣା କରିଛି ।

ଗୁରୁବାର ଆଇସିଏମଆର କୋରୋନା ପରୀକ୍ଷଣ ପାଇଁ ରଣନୀତିକୁ ଯାଞ୍ଚ କରିଛି । ଏଥିରେ ଟ୍ରୁନେଟକୁ ଗ୍ରହଣ କରାଯାଇଛି ।

ଆଇସିଏମଆର ସଂଶୋଧିତ ରଣନୀତିରେ ପ୍ରକାଶ କରାଯାଇଛି, ‘ଏକ ପଜିଟିଭ ମାମଲାର ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ମାନଙ୍କୁ 5 ରୁ 14 ଦିନ ମଧ୍ୟରେ ଏଥିରେ ପରୀକ୍ଷା କରାଯିବା ଉଚିତ ।

ଏହି ଯନ୍ତ୍ରରେ କୋରୋନା ଲକ୍ଷଣ ଥିବା ବ୍ୟକ୍ତିବିଶେଷ, ଯେଉଁମାନେ ଗତ 14 ଦିନରେ ବିଦେଶରୁ ଫେରିଛନ୍ତି, ଲାବୋରେଟୋରୀ ନିଶ୍ଚିତ ମାମଲା ଗୁଡ଼ିକ, ସମସ୍ତ ସ୍ବାସ୍ଥ୍ୟ ସେବା କର୍ମଚାରୀ ଏବଂ ଗୁରୁତର ତୀବ୍ର ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତ ସମସ୍ତ ରୋଗୀ (ଜ୍ବର, କାଶ ସମେତ ନିଶ୍ବାସପ୍ରଶ୍ବାସ ଜନିତ ସମସ୍ୟା)ଙ୍କ ପରୀକ୍ଷା କରିହେବ ।

ଏହି ପରୀକ୍ଷା କୋରୋନା ହଟସ୍ପଟ, କ୍ଲଷ୍ଟର ଓ ବୃହତ ସ୍ଥାନାନ୍ତରଣ ଜନିତ ସମାବେଶ ତଥା ଉଦ୍ଧାର କେନ୍ଦ୍ର ଗୁଡିକରେ କରାଯିବ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି ।

@ANI

ABOUT THE AUTHOR

...view details