ନୂଆଦିଲ୍ଲୀ: ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର୍) କୋରୋନାଜନିତ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନିତ କରିଛି । ସମସ୍ତ ରାଜ୍ୟକୁ ଆଣ୍ଟିଜେନ ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି । ସମସ୍ତ ସରକାରୀ କିମ୍ବା ଘରୋଇ ଡାକ୍ତରଖାନା, ଅଫିସ୍ ଏବଂ ପବ୍ଲିକ ସେକ୍ଟର ୟୁନିଟିମାନଙ୍କୁ ଏହି ଟେଷ୍ଟ କରାଇବା ପାଇଁ କୁହାଯାଇଛି ।
ଆଇସିଏମଆର ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ସମସ୍ତ ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନା, କାର୍ଯ୍ୟାଳୟ ଏବଂ ସରକାରୀ କ୍ଷେତ୍ର ୟୁନିଟ୍ ଗୁଡିକୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ଏହି ପରୀକ୍ଷା ଏବେ ସ୍ବାସ୍ଥ୍ୟ କର୍ମୀ ଏବଂ ଅଫିସ୍ କର୍ମଚାରୀଙ୍କ ମଧ୍ୟରେ ହେବ ବୋଲି ନିର୍ଦ୍ଦେଶ ରହିଛି । ଫଳରେ ସମସ୍ତ କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ କୋରୋନାକୁ ନେଇ ଥିବା ଭୟ ଏବଂ ଚିନ୍ତା ଦୂର ହେବ । ପ୍ରତ୍ୟେକ କଣ୍ଟେନମେଣ୍ଟ ଜୋନରେ ଥିବା ସରକାରୀ-ବେସରକାରୀ ଡାକ୍ତରଖାନା ଏବଂ ଘରୋଇ ଲ୍ୟାବ ଏହି ପରୀକ୍ଷା କରିପାରିବେ । ସବୁ ଅଫିସର କର୍ମଚାରୀଙ୍କୁ ଆଣ୍ଟିଜେନ୍ ଟେଷ୍ଟ କରାଇବାର ବ୍ୟବସ୍ଥା କରିବା ପାଇଁ ଆଇସିଏମଆର ନିର୍ଦ୍ଦେଶ ଦେଇଛି ।