ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଚିନ୍ତାରେ ସରକାର । ଦେଶର ବିଭିନ୍ନ କଣ୍ଟେନମେଣ୍ଟ ଜୋନ୍ ଏବଂ ହଟସ୍ପଟରେ ଥିବା ଏକ ତୃତୀୟାଂଶ ଲୋକ କୋରୋନା ସଂକ୍ରମିତ ହୋଉଥିବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ଏକ ରିପୋର୍ଟରେ କୁହାଯାଇଛି । ଏହି ICMRର ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ, ରିପୋର୍ଟରେ କୁହାଯାଇଛି ଯେ କଣ୍ଟେନମେଣ୍ଟ ଜୋନ୍ ଏବଂ ହଟସ୍ପଟରେ ଥିବା ଜନସଂଖ୍ୟାର 15-30 ପ୍ରତିଶତ କୋରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ଆଇସିଏମଆରର ଏହି ପ୍ରାରମ୍ଭିକ ସିଦ୍ଧାନ୍ତ କେନ୍ଦ୍ର କ୍ୟାବିନେଟ ସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି।
କଣ୍ଟେନମେଣ୍ଟ ଜୋନର ଏକ-ତୃତୀୟାଂଶ କୋରୋନା ସଂକ୍ରମିତ: ICMR - ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ
ଦେଶର ବିଭିନ୍ନ କଣ୍ଟେନମେଣ୍ଟ ଜୋନ୍ ଏବଂ ହଟସ୍ପଟରେ ଥିବା ଏକ ତୃତୀୟାଂଶ ଲୋକ କୋରୋନା ସଂକ୍ରମିତ ହେଉଥିବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ଏକ ରିପୋର୍ଟରେ କୁହାଯାଇଛି । ଆଇସିଏମଆରର ଏହି ପ୍ରାରମ୍ଭିକ ସିଦ୍ଧାନ୍ତ କେନ୍ଦ୍ର କ୍ୟାବିନେଟ ସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ଅଧିକ ପଢନ୍ତୁ...
![କଣ୍ଟେନମେଣ୍ଟ ଜୋନର ଏକ-ତୃତୀୟାଂଶ କୋରୋନା ସଂକ୍ରମିତ: ICMR କଣ୍ଟେନମେଣ୍ଟ ଜୋନର ଏକ-ତୃତୀୟାଂଶ କୋରୋନା ସଂକ୍ରମିତ: ICMR ରିପୋର୍ଟ](https://etvbharatimages.akamaized.net/etvbharat/prod-images/768-512-10:16-seema-3-0906newsroom-1591677929-462.jpg)
ସୂଚନାନୁସାରେ, ମୁମ୍ବାଇ, ପୁଣେ, ଦିଲ୍ଲୀ, ଅହମ୍ମଦାବାଦ ଏବଂ ଇନ୍ଦୋର ଭଳି ସହରରେ ସଂକ୍ରମଣର ହାର ବହୁତ ଅଧିକ, ଏପରିକି ଏହି ସହର ଗୁଡିକରେ ଦେଶର ଅନ୍ୟ ହଟସ୍ପଟ୍ ଅଞ୍ଚଳ ତୁଳନାରେ 100 ଗୁଣ ଅଧିକ ସଂକ୍ରମିତ ବିଷୟରେ ଆଲୋଚନା ହୋଇଛି। ଆଇସିଏମଆର ଏକ ରେଡ୍ ଜୋନରେ ସଂକ୍ରମଣର ସ୍ଥିତି ଜାଣିବା ପାଇଁ ଏକ ସର୍ଭେ କରିଥିଲେ, ଯେଉଁଥିରେ ଏହି ରିପୋର୍ଟ ବାହାରିଛି । ଏହା ସହ ଜଡିତ ପରୀକ୍ଷା ପ୍ରୋଟୋକଲ୍ ଅନୁଯାୟୀ ମୁମ୍ବାଇ, ଥାନେ, ପୁଣେ, ଅହମ୍ମଦାବାଦ, ସୁରଟ, ଦିଲ୍ଲୀ, କୋଲକାତା, ଇନ୍ଦୋର, ଜୟପୁର ଏବଂ ଚେନ୍ନାଇ ଭଳି ଦେଶର 10 ଟି ପ୍ରଭାବିତ ହଟସ୍ପଟ୍ ସହରରୁ ଅନୁସନ୍ଧାନ ପାଇଁ ନମୁନା ସଂଗ୍ରହ କରାଯାଇଛି।
ପ୍ରତ୍ୟେକ ସହରର 10 ଟି କଣ୍ଟେନମେଣ୍ଟ ଜୋନରୁ 500 ନମୁନା ସଂଗ୍ରହ କରାଯାଇଥିଲା | ଏହା ବ୍ୟତୀତ ଦେଶର 21 ଟି ରାଜ୍ୟର 60 ଟି ଜିଲ୍ଲାରୁ ମଧ୍ୟ 400 ନମୁନା ସଂଗ୍ରହ କରାଯାଇଥିଲା। ଯଦିଓ ଆଇସିଏମଆର ପୂର୍ବରୁ କହିସାରିଛି ଯେ, ଦେଶରେ କୋଭିଡ -19 ର 70 ପ୍ରତିଶତ ମାମଲା ଏହି ସହରରୁ ଆସିଛି । ତେବେ ନମୁନା ସଂଗ୍ରହ ପାଇଁ ଏଲିଜା ଆଣ୍ଟିବଡି କିଟ୍ ବ୍ୟବହୃତ ହୋଇଥିଲା | ଏହା ଅଧୀନରେ ଲୋକଙ୍କ ରକ୍ତ ନମୁନା ନିଆଯାଇଥିଲା,ଯଦ୍ବାରା କୋରୋନା ଭୂତାଣୁରେ ଆଣ୍ଟିବଡି ଅଛି କି ନାହିଁ ତାହା ଚିହ୍ନଟ ହୋଇପାରିବ। ସୂତ୍ରରୁ ପ୍ରକାଶ ଯେ, ଅତିକମରେ 8 ଟି ଜିଲ୍ଲାର ତଥ୍ୟର ବିଶ୍ଳେଷଣ ଜାରି ରହିଛି, ଯାହା ଚୂଡ଼ାନ୍ତ ରିପୋର୍ଟରେ ସଂଯୋଗ କରାଯିବ। ଏହା ପରେ, ସମ୍ଭବତଃ ରିପୋର୍ଟ ଏହି ସପ୍ତାହରେ ପ୍ରକାଶ ପାଇଯିବ ।