ଓଡିଶା

odisha

ETV Bharat / bharat

ରାପିଡ୍ ଟେଷ୍ଟ କିଟ୍ ବ୍ୟବହାର ନ କରିବାକୁ ରାଜ୍ୟଗୁଡିକୁ ଆଇସିଏମଆରର ପରାମର୍ଶ - କୋରୋନା ନ୍ୟୁଜ

ତ୍ରୁଟିପୂର୍ଣ୍ଣ ର୍ୟାପିଡ୍ ଟେଷ୍ଟ କିଟ୍ ସମ୍ପର୍କରେ ରାଜସ୍ଥାନ ସେମତ ଅନ୍ୟାନ୍ୟ ରାଜ୍ୟଗୁଡିକର ଅଭିଯୋଗ କରିବା ପରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଗତ ମଙ୍ଗଳବାର ଦିନ ରାଜ୍ୟମାନଙ୍କୁ ଆସନ୍ତା ଦୁଇ ଦିନ ଯାଏଁ କିଟକୁ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ।

icmr
ର୍ୟାପିଡ୍ ଟେଷ୍ଟ କିଟ୍ ବ୍ୟବହାର ନକରିବାକୁ ରାଜ୍ୟଗୁଡିକୁ ଆଇସିଏମଆରର ପରାମର୍ଶ

By

Published : Apr 22, 2020, 4:04 PM IST

ନୂଆଦିଲ୍ଲୀ: ଆଗାମୀ ଦୁଇ ଦିନ ଯାଏଁ ର୍ୟାପିଡ୍ ଟେଷ୍ଟ କିଟ୍ ବ୍ୟବହାର ନକରିବାକୁ ରାଜ୍ୟ ଗୁଡିକୁ ପରାମର୍ଶ ଦେଲେ ଆଇସିଏମଆର । ତ୍ରୁଟିପୂର୍ଣ୍ଣ ରାପିଡ୍ ଟେଷ୍ଟ କିଟ୍ ସମ୍ପର୍କରେ ରାଜସ୍ଥାନ ସମେତ ଅନ୍ୟାନ୍ୟ ରାଜ୍ୟଗୁଡିକର ଅଭିଯୋଗ କରିବା ପରି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଗତ ମଙ୍ଗଳବାର ଦିନ ରାଜ୍ୟମାନଙ୍କୁ ଆସନ୍ତା ଦୁଇ ଦିନ ଯାଏଁ କିଟକୁ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ।

ଏହାପୂର୍ବରୁ ରାଜସ୍ଥାନ ସରକାର ଆଇସିଏମଆରକୁ କହିଥିଲେ ଯେ, ରାପିଡ୍ ଟେଷ୍ଟ କିଟ୍ ସଠିକ୍ ନୁହେଁ । ଏଥିରେ ଭୁଲ ଫଳାଫଳ ଆସୁଥିବା ଦେଖିବାକୁ ମିଳୁଛି । ମେଡିସିନ୍ ଏବଂ ମାଇକ୍ରୋବାୟୋଲୋଜି ବିଭାଗର ସଦସ୍ୟଙ୍କୁ ନେଇ ଜୟପୁରର ସାୱାଇ ମନ୍ ସିଂ ହସ୍ପିଟାଲର ଏକ କମିଟି କରି କିଟ୍ ଗୁଡିକୁ ଯାଞ୍ଚ କରିଥିଲେ । ଯାହାର ଫଳାଫଳ ଦେଖି ସେମାନେ ଅସନ୍ତୁଷ୍ଟ ଥିବା କହିଛନ୍ତି। ଏହା ପରେ ସେମାନେ ଆଇସିଏମଆରଙ୍କୁ ସୂଚନା ଦେଇଥିଲେ । ଡାକ୍ତରଖାନାର ସୂତ୍ରରୁ ପ୍ରକାଶ ଯେ,‘ପରୀକ୍ଷାର ଫଳାଫଳରେ ଭିନ୍ନତା ଦେଖାଉଛି ଏବଂ ରୋଗୀଙ୍କ ପରୀକ୍ଷାରେ ଆଶା ଅନୁଯାୟୀ ଫଳାଫଳ ଆସୁନାହିଁ ।

ଆଇସିଏମଆର ଏପିଡେମୋଲୋଜି ବିଭାଗର ମୁଖ୍ୟ ଡ.ରମଣ ଆର ଗଙ୍ଗାଖେଡକର କହିଛନ୍ତି ଯେ, କିଟ୍ ଗୁଡିକ ନିମ୍ନ ଚିହ୍ନଟ କରୁଥିବା ନେଇ ଗୋଟିଏ ରାଜ୍ୟ ଅଭିଯୋଗ କରିଛି । ଏହାପରେ ଆମେ ଅନ୍ୟ ତିନୋଟି ରାଜ୍ୟକୁ ମଧ୍ୟ ପଚାରିଥିଲୁ। ଆମେ ଜାଣିବାକୁ ପାଇଲୁ ଯେ RT-PCR ପରୀକ୍ଷା ସହିତ ପଜିଟିଭ୍ ନମୂନା ପରୀକ୍ଷାରେ ଭିନ୍ନତା 6% ରୁ 71% ଅଟେ । ଯାହା ଭଲ ସୂଚନା ହୋଇନଥିବା ବେଳେ ଆମେ ଏହାର ଯାଞ୍ଚ କରିବୁ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଏହି କିଟ୍ ଗୁଡିକୁ ଆମ ଅଧିକାରୀ ଫିଲ୍ଡରେ ପରୀକ୍ଷା କରିବେ । ଏହା ବୈଧତା କି ନାହିଁ ଆମେ ଦୁଇ ଦିନ ମଧ୍ୟରେ ଏକ ସ୍ପଷ୍ଟ ପରାମର୍ଶ ଦେବୁ। ଯଦି କୌଣସି ସମସ୍ୟା ଥାଏ ତେବେ ଆମେ କିଟ୍ ଗୁଡିକର ବଦଳି ପାଇଁ କମ୍ପାନୀଗୁଡିକୁ କହିବୁ ।

ABOUT THE AUTHOR

...view details