ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ପରୀକ୍ଷାକୁ ନେଇ ଲଗାତାର ଚର୍ଚ୍ଚା ଚାଲିଛି । ଦିଲ୍ଲୀରେ କମ୍ ପରୀକ୍ଷାକୁ ନେଇ ପ୍ରଶ୍ନ ଉଠାଯାଉଛି । ଏହା ମଧ୍ୟରେ ଇଣ୍ଡିଆନ କାଉନସିଲ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଆଉ ଏକ କୋରୋନା ଟେଷ୍ଟିଂର ଉପାୟ ପାଇଁ ମଞ୍ଜୁରୀ ଦେଇଛନ୍ତି ।
କଣ୍ଟେନମେଣ୍ଟ ଜୋନରେ ଆଣ୍ଟିଜେନ ଟେଷ୍ଟିଂ କିଟକୁ ICMRର ଗ୍ରୀନ ସିଗନାଲ - testing kits in containment zoness
ଦେଶରେ କୋରୋନା ପରୀକ୍ଷାକୁ ନେଇ ଲଗାତାର ଚର୍ଚ୍ଚା ଚାଲିଛି । ଦିଲ୍ଲୀରେ କମ୍ ପରୀକ୍ଷାକୁ ନେଇ ପ୍ରଶ୍ନ ଉଠାଯାଉଛି । ଏ ମଧ୍ୟରେ ଇଣ୍ଡିଆନ କାଉନସିଲ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର) ଆଉ ଏକ କୋରୋନା ଟେଷ୍ଟିଂର ଉପାୟ ପାଇଁ ମଞ୍ଜୁରୀ ଦେଇଛନ୍ତି ।
ICMR ର ନୂଆ କିଟ୍
ସୋମବାର ଆଇସିଏମଆର, ଆଣ୍ଟିଜେନ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଇଛନ୍ତି । ଏହାର ବ୍ୟବହାର କଣ୍ଟେନମେଣ୍ଟ ଜୋନରେ କରାଯିବ । ଯଦି ଏହି କିଟ୍ ଦ୍ବାରା କୌଣସି ବ୍ୟକ୍ତି କୋରୋନା ପଜିଟିଭ୍ ବାହାରିଲା ତେବେ ଏହା ପରେ RT-PCR ପରୀକ୍ଷାର ଆବଶ୍ୟକତା ପଡିବ ନାହିଁ ।
ଆଇସିଏମଆର ଦାବି କରିଛି ଯେ, ଏହା ଜରିଆରେ ଅଧ ଘଣ୍ଟାରେ କୌଣସି ବି ପରୀକ୍ଷାର ଫଳାଫଳ ବାହାରି ପାରିବ । ବର୍ତ୍ତମାନ ଦେଶରେ RT-PCR ଜରିଆରେ କୋରୋନା ପରୀକ୍ଷା କରାଯାଉଛି ।