ଓଡିଶା

odisha

ETV Bharat / bharat

ଆଇସିଜେରେ ହଟହଟା ପାକିସ୍ତାନ, ମିଳିଲାନି ତାରିଖ - Kulbhusan case

ଆଜି ନିଜର ପକ୍ଷ ରଖିବା ପାଇଁ ପାକିସ୍ତାନର ପାଳି ଥିଲା । ତେବେ ଗତକାଲି ହରିଶଙ୍କ ଶାଣିତ ଯୁକ୍ତିରେ ପାକିସ୍ତାନୀ ପ୍ରତିପକ୍ଷ ଏତେ ଅପ୍ରସ୍ତୁତ ହୋଇପଡିଥିଲେ ଯେ ନିଜର ପକ୍ଷ ରଖିବା ବଦଳରେ ଆଉ ଏକ ତାରିଖ ଦେବା ପାଇଁ ବିଚାରପତିଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ପାକିସ୍ତାନର ଏହି ଦାବିକୁ ଖାରଜ କରିଦେଇଥିଲେ ଆଇସିଜେ ବିଚାରପତି । ତେଣୁ ବାଧ୍ୟ ହୋଇ ପାକିସ୍ତାନ ନିଜର ପକ୍ଷ ରଖିଥିଲା ।

ଫାଇଲ ଫଟୋ

By

Published : Feb 19, 2019, 7:37 PM IST

ଦି ହେଗ୍‌(ନେଦରଲାଣ୍ଡ): ଗତକାଲିଠାରୁ ଆରମ୍ଭ ହୋଇଛି ବହୁଚର୍ଚ୍ଚିତ କୁଳଭୂଷଣ ଯାଦବ ମାମଲାର ଶୁଣାଣି । ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପାଇଁ ଭାରତ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଏହି ମାମଲା ଲଢୁଛନ୍ତି । ଅନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ)ରେ ଏହି ଶୁଣାଣି ଆରମ୍ଭ ହୋଇଛି ।

ଆଜି ନିଜର ପକ୍ଷ ରଖିବା ପାଇଁ ପାକିସ୍ତାନର ପାଳି ଥିଲା । ତେବେ ଗତକାଲି ହରିଶଙ୍କ ଶାଣିତ ଯୁକ୍ତିରେ ପାକିସ୍ତାନୀ ପ୍ରତିପକ୍ଷ ଏତେ ଅପ୍ରସ୍ତୁତ ହୋଇପଡିଥିଲେ ଯେ ନିଜର ପକ୍ଷ ରଖିବା ବଦଳରେ ଆଉ ଏକ ତାରିଖ ଦେବା ପାଇଁ ବିଚାରପତିଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ପାକିସ୍ତାନର ଏହି ଦାବିକୁ ଖାରଜ କରିଦେଇଥିଲେ ଆଇସିଜେ ବିଚାରପତି । ତେଣୁ ବାଧ୍ୟ ହୋଇ ପାକିସ୍ତାନ ନିଜର ପକ୍ଷ ରଖିଥିଲା ।
ତେବେ ପାକିସ୍ତାନର ଓକିଲ ଖାୱାର କ୍ୟୁରେଶୀ କହିଥିଲେ ଯେ ଗୁପ୍ତଚର ବୃତ୍ତି କରୁଥିବା ନେଇ ଖୋଦ କୁଳଭୂଷଣ ନିଜେ ମାନିଛନ୍ତି । ପାକିସ୍ତାନର ଅଫିସିଆଲ ଗୁପ୍ତ ଆଇନ ଅନୁସାରେ ତାକୁ ଦୋଷୀ ଘୋଷଣା କରାଯାଉଛି । ଏହା କରାଯିବା ପୂର୍ବରୁ ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା । ହେଲେ ଭାରତ କେବଳ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଏହି ମାମଲା ଦାୟର କରିଛି ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ ଗତକାଲି ଏହି ମାମଲାରେ ଭାରତ ନିଜ ଯୁକ୍ତି ରଖି କୁଳଭୂଷଣଙ୍କ ଗିରଫଦାରୀ ବେଆଇନ ବୋଲି କହିଛି । ଏହାସହ ତାଙ୍କୁ ମୁକ୍ତି କରିବା ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିଛି । କୁଳଭୂଷଣଙ୍କୁ ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ଭେଟିବାକୁ ଦିଆଯାଉନଥିବାରୁ ତାଙ୍କର ଗିରଫଦାରୀକୁ ବେଆଇନ ଘୋଷଣା କରାଯାଉ ବୋଲି ଭାରତ କହିଥିଲା । ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ମାନବ ଅଧିକାରର ହନନ । କାରଣ ତାଙ୍କୁ ନିଜର ପକ୍ଷ ରଖିବାକୁ କୌଣସି ସୁଯୋଗ ଦିଆଯାଇନାହିଁ ।

ଏପରିକି କେଉଁ ଅପରାଧରେ ତାଙ୍କୁ ଗିରଫ କରି ମୃତ୍ୟୁଦଣ୍ଡ ଦିଆଯାଇଛି ତାହାର ତଥ୍ୟ ପାକିସ୍ତାନ ସଠିକ ଭାବେ ଦେଇପାରୁନାହିଁ । କୁଳଭୂଷଣ ଗୁପ୍ତଚର ବୋଲି ସ୍ୱୀକାରୋକ୍ତି ଦେଇଥିବା ଏକ ଭିଡିଓ ନକଲି ଅଟେ ବୋଲି ସେ କହିଛନ୍ତି । ସାଲଭେଙ୍କ ବଳିଷ୍ଠ ଯୁକ୍ତି ବଳରେ ଭାରତ ଦୃଢ ପ୍ରମାଣ ଉପସ୍ଥାପନ କରିପାରିଛି ।

୨୦ ଫେବୃୟାରୀରେ ଏହି ମାମଲାର ଦ୍ୱିତୀୟ ରାଉଣ୍ଡ ହେବ । ଏଥିରେ ଆଜି ପାକିସ୍ତାନ ଦ୍ୱାରା ରଖାଯାଇଥିବା ପକ୍ଷ ଉପରେ ଭାରତ ଜବାବ ଦେବ । ପୁଣି ପାକିସ୍ତାନ ଭାରତର ଜବାବ ଉପରେ ନିଜର ପକ୍ଷ 21 ଫେବୃୟାରୀରେ ରଖିବ ବୋଲି ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ କୁଳଭୂଷଣ ଯାଦବ ଭାରତୀୟ ନାଗରିକ । ପାକିସ୍ତାନ ଗୁପ୍ତ ଏଜେନ୍ସି ଆଇଏସଆଇ ତାଙ୍କୁ ଇରାନରୁ ଅପହରଣ କରିଥିଲା । ଏହାପରେ ତାଙ୍କୁ ଗୁପ୍ତଚର ଆଖ୍ୟା ଦେଇ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା । ପାକିସ୍ତାନ ମିଲିଟାରୀ କୋର୍ଟରେ ତାଙ୍କୁ ଗୁପ୍ତଚର ବୋଲି ପ୍ରମାଣ କରାଯାଇଥିଲା । କିନ୍ତୁ ଭାରତ ଏହାକୁ ବିରୋଧ କରିବା ସହ କୁଳଭୂଷଣ ଜଣେ ନୌସେନା ଅଧିକାରୀ ବୋଲି ଦାବି କରିଥିଲା ।

ABOUT THE AUTHOR

...view details