ଓଡିଶା

odisha

ଆଜି ଆଇସିଜେ କୋର୍ଟରେ କୁଳଭୂଷଣ ମାମଲାର ଶୁଣାଣି

By

Published : Feb 18, 2019, 9:42 AM IST

ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଜାରି ରହିଛି ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା । ଏହାରି ଭିତରେ ଆରମ୍ଭ ହେବାକୁ ଯାଉଛି ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀ: ଆଜିଠୁ ତିନି ଦିନ ଧରି ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ଚାଲିବ । ଫେବୃଆରି 18ରୁ 21 ଏହି ମାମଲାର ଶୁଣାଣି ହେବ । ଇଣ୍ଟନରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସରେ (ଆଇସିଜେ) ମାମଲାର ଶୁଣାଣି ହେବ । ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଜାରି ରହିଛି ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା । ଏହାରି ଭିତରେ ଏହି ଶୁଣାଣି ଉପରେ ସାରା ବିଶ୍ବର ନଜର ରହିଛି ।

ଏହି ଶୁଣାଣି ସାର୍ବଜନୀନ ଭାବେ ଦ ହେଗର ପିସି ପ୍ୟାଲେସରେ ହେବ । କୁଳଭୂଷଣ ଯାଦବ ମାମଲାର ଶୁଣାଣି ଲାଇଭ ସ୍ଟ୍ରିମିଙ୍ଗ କରାଯିବ । ଯାହାଦ୍ବାରା ସମଗ୍ର ବିଶ୍ବବାସୀ ଏହି ମାମଲାକୁ ଲାଇଭ ଦେଖିପାରିବେ ।

ପାକିସ୍ତାନ ସାମରିକ କୋର୍ଟ କୁଳଭୂଷଣଙ୍କୁ 2017ରେ ଫାଶୀ ଦଣ୍ଡାଦେଶ ଦେଇଛି । ବେଲୋଚିସ୍ତାନରେ ପ୍ରବେଶ କରି ପାକିସ୍ତାନ ପାଇଁ କୁଳଭୂଷଣ ସନ୍ଦିଗ୍ଧ କରୁଥିବା ଅଭିଯୋଗ କରିଛି ପାକିସ୍ତାନ । ପାକିସ୍ତାନ କୋର୍ଟର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅନ୍ତର୍ଜାତୀୟ କୋର୍ଟର ଦ୍ବାରସ୍ଥ ହୋଇଥିଲା ଭାରତ ।

ଏହାପରେ ଆଇସିଜେର 10 ଜଣିଆ ବିଚାରପତି ଖଣ୍ଡପୀଠ 2017 ମେ 18ରେ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି । ପାକିସ୍ତାନ କହିଛି ଯେ ବାଲୋଚିସ୍ତାନ ସୀମାରୁ କୁଳଭୂଷଣ ଯାଦବଙ୍କୁ ମାର୍ଚ୍ଚ 3, 2016ରେ ପାକିସ୍ତାନ ସେନା ଗିରଫ କରିଛି । ଇାରନରୁ ଆସି ପ୍ରବେଶ କରିଥିବା ସୂଚନା ରହିଛି ।

ତେବେ ପାକିସ୍ତାନର ଏହି ଅଭିଯୋଗକୁ ଖଣ୍ଡନ କରିଛି ଭାରତ । ଇରାନରୁ କୁଳଭୂଷଣଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛି ଭାରତ । ନେଭିରୁ ଅବସର ନେବା ପରେ ବ୍ୟବସାୟ ଉଦ୍ଦେଶ୍ୟରେ କୁଳଭୂଷଣ ଇରାନ ଯାଇଥିଲା ବୋଲି ଭାରତ ଆଇସିଜେରେ କହିଛି । ପାକିସ୍ତାନ ଭିଏନା କନଭେନସନ କନସୁଲାର ରିଲେସନ, 1963 ଆଇନକୁ ପାକିସ୍ତାନ କୁଳଭୂଷଣଙ୍କ କ୍ଷେତ୍ରରେ ।

ABOUT THE AUTHOR

...view details