ଓଡିଶା

odisha

ETV Bharat / bharat

ଆଇସିଆଇସିଆଇ-ଭିଡିଓକନ ଅର୍ଥ ହେରଫେର: ଚନ୍ଦା କୋଚରଙ୍କ ସ୍ୱାମୀ ଗିରଫ - ଆଇସିଆଇସିଆଇ-ଭିଡିଓକନ ଅର୍ଥ ହେରଫେର

ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ ଅର୍ଥ ହେରଫେର ମାମଲାରେ ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ ଏମଡି ତଥା ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଅଧିକ ପଢନ୍ତୁ...

ଚନ୍ଦା କୋଚରଙ୍କ ସ୍ୱାମୀ ଗିରଫ
ଚନ୍ଦା କୋଚରଙ୍କ ସ୍ୱାମୀ ଗିରଫ

By

Published : Sep 8, 2020, 12:58 AM IST

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ ଅର୍ଥ ହେରଫେର ମାମଲାରେ ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ ଏମଡି ତଥା ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି।

ଏହାପୂର୍ବରୁ ଇଡି ଦୀପକ କୋଚରଙ୍କୁ ଦିଲ୍ଲୀ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଡାକିଥିଲା। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍କୁ ପ୍ରଦାନ କରାଯାଇଥିବା ଋଣରେ ଘୋଟଲା ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ଚଳିତ ବର୍ଷ ଜାନୁୟାରୀ ମାସରେ ଦୀପକ କୋଚର ଏବଂ ତାଙ୍କ ଦ୍ୱାରା ପରିଚାଳିତ କମ୍ପାନୀଗୁଡିକର ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ଅବସ୍ଥିତ ଫ୍ଲାଟ, ଜମି, ନଗଦ ଟଙ୍କା, ପ୍ଲାଣ୍ଟ ଏବଂ ଯନ୍ତ୍ରପାତିକୁ ନେଇ ତଦନ୍ତକାରୀ ଏଜେନ୍ସି ଅସ୍ଥାୟୀ ଭାବରେ ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତିକୁ ତାଲିକାଭୁକ୍ତ କରିଥିଲା । ଆଇସିଆଇସିଆଇ ବ୍ୟାଙ୍କ ଋଣ ଘୋଟଲାରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଏହି ସମ୍ପତ୍ତି ସଂଲଗ୍ନ କରାଯାଇଥିଲା।

ଅନୁସନ୍ଧାନରୁ ଜଣାପଡିଛି, ଚାନ୍ଦା କୋଚରଙ୍କ ନେତୃତ୍ୱରେ ଏକ କମିଟି ଭିଡିଓକନ୍ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡକୁ 300 କୋଟି ଟଙ୍କା ଅନୁମୋଦନ କରାଯାଇଥିଲା । ଏହି ଋଣ ପ୍ରଦାନ ପରେ ଭିଡିଓକନ ପକ୍ଷରୁ 64 କୋଟି ଟଙ୍କା ନ୍ୟୁପାୱାର୍ ରିନ୍ୟୁଆଲ୍ ପିଭି ଲିମିଟେଡକୁ ହସ୍ତାନ୍ତର କରାଯାଇଥିଲା । ଏହା ସହ ଠିକ୍ ଗୋଟିଏ ଦିନ ପରେ ସେପ୍ଟେମ୍ବର 8, 2009ରେ ଏନଆରଏଲ ଦ୍ବାରା 10.65 କୋଟି ଟଙ୍କାର ଆୟ ହୋଇଥିଲା । ଫଳରେ ମୋଟ 74.65 କୋଟି ଟଙ୍କା କୋଚରଙ୍କ କମ୍ପାନୀ ଗ୍ରହଣ କରିଥିବା ଇଡି କହିଛି।

@ANI

ABOUT THE AUTHOR

...view details