ଓଡିଶା

odisha

ETV Bharat / bharat

ICICI ବ୍ୟାଙ୍କ କର୍ମଚାରୀଙ୍କ ଦରମା 8 ପ୍ରତିଶତ ବୃଦ୍ଧି - icici bank to reward employees

ଘରୋଇ କ୍ଷେତ୍ରର ସର୍ବବୃହତ ଆଇସିଆଇସିଆଇ ବ୍ୟାଙ୍କ କୋରୋନା ସଙ୍କଟ ମଧ୍ୟରେ ମଧ୍ୟ କାମ କରୁଥିବା 80 ହଜାର କର୍ମଚାରୀଙ୍କୁ ପୁରସ୍କାର ଦେବାକୁ ଯାଉଛି।

ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ
ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ

By

Published : Jul 8, 2020, 2:04 PM IST

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର ସର୍ବବୃହତ ଆଇସିଆଇସିଆଇ ବ୍ୟାଙ୍କ କୋରୋନା ସଙ୍କଟ ମଧ୍ୟରେ ମଧ୍ୟ କାମ କରୁଥିବା 80 ହଜାର କର୍ମଚାରୀଙ୍କୁ ପୁରସ୍କାର ଦେବାକୁ ଯାଉଛି। ବ୍ୟାଙ୍କ ଏହି କର୍ମଚାରୀଙ୍କ ଦରମା 8 ପ୍ରତିଶତ ବୃଦ୍ଧି କରିବ। ଏହାର ସୁବିଧା କେବଳ ସେହି କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ଆଗରେ ଥିଲେ । ତେବେ କମ୍ପାନୀର ପ୍ରାୟ 80 ପ୍ରତିଶତ କର୍ମଚାରୀ ଏହି ସୁବିଧା ପାଇବେ।

ଯେଉଁ ସମୟରେ ଅନ୍ୟ କମ୍ପାନୀ କର୍ମଚାରୀଙ୍କ ଦରମା କାଟ୍ କରୁଛି, ସେହି ସମୟରେ ଆଇସିଆଇସିଆଇର ଏହି ପଦକ୍ଷେପ ସ୍ବାଗତଯୋଗ୍ୟ । ସୂଚନାନୁସାରେ, M1 ଗ୍ରେଡ୍ ଓ ତଳ କର୍ମଚାରୀମାନେ ବ୍ୟାଙ୍କର ଲାଭ ପାଇବେ । ଲକଡାଉନ୍ ଓ କୋରୋନା ସଙ୍କଟ ମଧ୍ୟରେ ଆଇସିଆଇସିଆଇ ପରି ଅନେକ ବ୍ୟାଙ୍କ ସୀମିତ କର୍ମଚାରୀ ଓ ସୀମିତ ଘଣ୍ଟାରେ ପ୍ରତିଦିନ ସେମାନଙ୍କ ସେବା ଯୋଗାଉଥିଲେ।

ଦେଶରେ ଅନେକ ପର୍ଯ୍ୟାୟ ବନ୍ଦ ହେବା ପରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିଲା, ଅଧିକାଂଶ ବ୍ୟବସାୟ ବନ୍ଦ ହୋଇଯାଇଥିଲା କିନ୍ତୁ ବ୍ୟାଙ୍କ ଗୁଡିକ ସେବା ଯୋଗାଇଥିଲେ । ଗତ ମାସରେ ଅନଲକ୍-1 ଲାଗୁ ହେବା ପରେ ଅଧିକାଂଶ ବ୍ୟବସାୟ ଆରମ୍ଭ ହୋଇଥିଲା, ଏଭଳି ପରିସ୍ଥିତିରେ ବ୍ୟାଙ୍କଗୁଡିକର କାର୍ଯ୍ୟ ମଧ୍ୟ ବୃଦ୍ଧି ପାଇଛି । ଦେଶରେ କୋରୋନା ସଙ୍କଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଦେଶରେ କୋରୋନା ସଂକ୍ରମଣ ମାମଲା 7 ଲକ୍ଷ ଅତିକ୍ରମ କରିଛି ଓ 20 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ABOUT THE AUTHOR

...view details