ନୂଆଦିଲ୍ଲୀ: ଚୀନରୁ ବିଶ୍ବକୁ ବ୍ୟାପିଥିବା କୋରୋନା ସଂକ୍ରମଣ ମାମଲା ଥମିବାର ନାଁ ନେଉନାହିଁ । କୋରୋନା ଭାଇରସ ସଂକ୍ରମଣକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ ଦିନ ରାତି ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ଏହି ମଧ୍ୟରେ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚର ରିସର୍ଚ୍ଚ ସେଣ୍ଟର (ଆଇସିଆର) ଅଧୀନରେ ଥିବା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅନ ଇକ୍ୱାଇନ୍ସ (ଏନଆରସି)ର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏକ ଜଡିବୁଟି ମିଳିଛି ଯାହା କୋରୋନା ସଂକ୍ରମଣରେ ଅତି ଶୀଘ୍ର ପ୍ରଭାବ ପକାଇବ । ଆଇସିଏଆର ଶୁକ୍ରବାର ଦିନ ଏହି ଅନୁସନ୍ଧାନ ଉପରେ ଏକ ଆନୁଷ୍ଠାନିକ ନୋଟ ମଧ୍ୟ ପ୍ରକାଶ କରିଛି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ କୋରୋନାକୁ ଭଲ କରିବା ପାଇଁ ହର୍ବାଲ ଉଦ୍ଭିଦର ବ୍ୟବହାର ହୋଇପାରିବ ।
ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅନ୍ ଇକ୍ୱିନ୍ସର ଡାଇରେକ୍ଟର ଜେନେରାଲ ବିଏନ ତ୍ରିପାଠୀ କହିଛନ୍ତି ଯେ, କେତେକ ଉଦ୍ଭିଦ ଭାଇରସ ଉପରେ ଭଲ ଫଳାଫଳ ଦେଉଛନ୍ତି । ଏହି ସମୟରେ ମୁଁ କେବଳ କହିବାକୁ ଚାହେଁ ଯେ, ଦେଶରେ ଅନେକ ଆୟୁର୍ବେଦିକ ଔଷଧ ତିଆରି ପାଇଁ ହର୍ବାଲ ପ୍ଲାଣ୍ଟ ବ୍ୟବହାର କରାଯାଉଛି। ଏପରି ପରିସ୍ଥିତିରେ ଯଦି ଏହି ଉଦ୍ଭିଦଗୁଡିକ କୋରୋନା ଦୂର କରିବା ପାଇଁ କାର୍ଯ୍ୟ କରନ୍ତି, ତେବେ ଏହା କେବଳ ଦେଶ ପାଇଁ ନୁହେଁ ବିଶ୍ବ ପାଇଁ ମଧ୍ୟ ଏହି ଖବର ଆଶ୍ବସ୍ତି ଦେବ ।