ଓଡିଶା

odisha

By

Published : Mar 16, 2020, 9:28 PM IST

ETV Bharat / bharat

ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନକୁ ଗିରଫ କଲା ଦିଲ୍ଲୀ ପୋଲିସ

ଦିଲ୍ଲୀ ହିଂସା ସମୟରେ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା । ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ତାହିର ହୁସେନକୁ ଗିରଫ କରାଯାଇଥିବା କହିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ସୋମବାର ତାହିର ହୁସେନକୁ ଗିରଫ କରାଯାଇଛି । ଦିଲ୍ଲୀ ହିଂସା ସମୟରେ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା । ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ତାହିର ହୁସେନକୁ ଗିରଫ କରାଯାଇଥିବା କହିଛନ୍ତି ।

ଦିଲ୍ଲୀ ପୋଲିସ ମେଟ୍ରୋପୋଲିଟିଆନ ମାଜିଷ୍ଟ୍ରେଟ ପୱନ ସିଂ ରାଜୱତଙ୍କୁ ତାହିର ହୁସେନ୍‌ଙ୍କୁ ପଚରାଉଚରା ପାଇଁ ପାଞ୍ଚ ଦିନ ରିମାଣ୍ଡରେ ନେବା ପାଇଁ ଅନୁରୋଧ କରିଛନ୍ତି ।

ଦିଲ୍ଲୀ ଦଙ୍ଗା ପରେ ପରେ ଆଇବି ଅଧିକାରୀ ଅଙ୍କିତଙ୍କ ମୃତଦେହ ଡ୍ରେନ୍‌ରୁ ଉଦ୍ଧାର କରାଯାଇଥିଲା । ଅଙ୍କିତ ଶର୍ମାଙ୍କ ପିତା ତାହିର ହୁସେନ୍‌ଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ । ପରେ ପୋଲିସ ତାହିର ହୁସେନ୍‌ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏହି ହତ୍ୟାକାଣ୍ଡରେ ସଲମାନ ଓରଫ୍‌ ହାସିନ୍ ମଧ୍ୟ ପୋଲିସ ହେପାଜତରେ ରହିଛି । ହତ୍ୟା ଷଡଯନ୍ତ୍ରର ଖୁଲାସା ପାଇଁ ପୋଲିସ ଗତ ସପ୍ତାହରେ ଖୁବ ଶୀଘ୍ର ହୁସେନ୍‌ଙ୍କ ସହ ସଲମାନକୁ ସାମ୍ନାସାମ୍ନି କରି ପଚାରାଉଚରା କରିବ ବୋଲି କୁହାଯାଉଛି ।

ଦିଲ୍ଲୀ ହିଂସା ଘଟଣାରେ ହୁସେନ୍‌ଙ୍କ ଭାଇ ଶାହା ଆଲାମଙ୍କୁ ମଧ୍ୟ ଗିରଫ କରାଯାଇଛି । ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ।

@IANS

ABOUT THE AUTHOR

...view details