ହାଇଦ୍ରାବାଦ: ଆଇଏଏସ ପଙ୍କଜ କୁମାରଙ୍କୁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ସିଇଓ ଭାବେ ନିଯୁକ୍ତି ହୋଇଛନ୍ତି । ପଙ୍କଜ କୁମାର ଏବେ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ୟୁଆଇଡିଏଆଇ ସିଇଓ ଭାବେ ଆଇଟି ବିଭାଗ ନିଯୁକ୍ତି ଦେଇଛି ।
ପଙ୍କଜ କୁମାର ନୂଆ ଆଧାର ସିଇଓ - ୟୁଆଇଡିଏଆଇ ସିଇଓ
ପଙ୍କଜ କୁମାର ସମ୍ଭାଳିବେ ଆଧାର ବ୍ୟାପାର। ନୂତନ ନିଯୁକ୍ତି ଦେଲେ କେନ୍ଦ୍ର ସରକାର।
ଫଟୋ ସୌଜନ୍ୟ: @pkumarias
2016 ଆଧାର ଆଇନ ଅନୁଯାୟୀ ୟୁଆଇଡିଏଆଇ ଗଠିତ ହୋଥିଲା । ଦେଶର ସମସ୍ତ ନାଗରିକଙ୍କ ପରିଚୟ ପତ୍ର ସୁରକ୍ଷିତ ରଖିବା ସହ ନକଲି ପରିଚୟ ପତ୍ର ତିଆରି କରିବାରେ ଏହା ରୋକ ଲଗାଇଥାଏ।