ଓଡିଶା

odisha

ETV Bharat / bharat

ଆଇଏଏସ୍ ଅଧିକାରୀଙ୍କ ମୃତଦେହ ଉଦ୍ଧାର, ଲାଞ୍ଚ କାରବାରରେ ହୋଇଥିଲେ ଗିରଫ

ମଙ୍ଗଳବାର ରାତିରେ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ଆଇଏଏସ୍ ଅଧିକାରୀ ବିଏମ ବିଜୟ ଶଙ୍କରଙ୍କ ମୃତଦେହ ଉଦ୍ଧାର । ସିବିଆଇ 4,000 କୋଟି ଟଙ୍କାର ଆଇଏମଏ ପୋଞ୍ଜି ଘୋଟାଲାରେ ଶଙ୍କରଙ୍କୁ କୋର୍ଟ ଚାଲାଣ କରିବାକୁ ଚାହୁଁଥିଲା। ତେବେ ବିଜୟ ଆଇଏମଏ ପୋଞ୍ଜି ଘୋଟାଲାକୁ ଲୁଚାଇବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

By

Published : Jun 24, 2020, 10:09 PM IST

ଆଇଏଏସ୍ ଅଧିକାରୀ ବିଜୟ ଶଙ୍କରଙ୍କ ମୃତଦେହ ଉଦ୍ଧାର, ପୂର୍ବରୁ ଥିଲା ଲାଞ୍ଚର ଅଭିଯୋଗ
ଆଇଏଏସ୍ ଅଧିକାରୀ ବିଜୟ ଶଙ୍କରଙ୍କ ମୃତଦେହ ଉଦ୍ଧାର, ପୂର୍ବରୁ ଥିଲା ଲାଞ୍ଚର ଅଭିଯୋଗ

ବେଙ୍ଗାଲୁରୁ: ମଙ୍ଗଳବାର ରାତିରେ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ଆଇଏଏସ୍ ଅଧିକାରୀ ବିଏମ ବିଜୟ ଶଙ୍କରଙ୍କ ମୃତଦେହ ଉଦ୍ଧାର । ସିବିଆଇ 4,000 କୋଟି ଟଙ୍କାର ଆଇଏମଏ ପୋଞ୍ଜି ଘୋଟାଲାରେ ଶଙ୍କରଙ୍କୁ କୋର୍ଟ ଚାଲାଣ କରିବାକୁ ଚାହୁଁଥିଲା। ବିଜୟ ଶଙ୍କର ଆଇଏମଏ ପୋଞ୍ଜି ଘୋଟାଲାକୁ ଲୁଚାଇବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନାନୁସାରେ, ବେଙ୍ଗାଲୁରୁ ସହରାଞ୍ଚଳର ପୂର୍ବତନ ଡେପୁଟି କମିଶନର ଶଙ୍କରଙ୍କ ଜୟନଗରରେ ଥିବା ତାଙ୍କ ବାସଭବନରୁ ମୃତଦେହ ଜବତ କରାଯାଇଛି ।

2019 ରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ମିଳିତ ସରକାର ଦ୍ୱାରା ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଗଠନ କରି ଶଙ୍କରଙ୍କୁ ଗିରଫ କରିଥିଲା। ଏହା ପରେ ବିଜେପି ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। ଏହି ମାମଲାରେ ଶଙ୍କର ଏବଂ ଅନ୍ୟ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିବାକୁ ଏଜେନ୍ସି ରାଜ୍ୟ ସରକାରଙ୍କଙ୍କୁ ଅନୁମତି ମାଗିଥିଲା। ମହମ୍ମଦ ମାନସୁର ଖାନ 2013 ରେ ପୋଞ୍ଜି ଯୋଜନା ଆରମ୍ଭ କରିଥିଲେ ଯେଉଁଥିରେ ବିପୁଳ ପରିମାଣର ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ABOUT THE AUTHOR

...view details