ଓଡିଶା

odisha

ETV Bharat / bharat

ସାମ୍ବାଦିକଙ୍କ ପାଇଁ ଆଡଭାଇଜାରୀ ଜାରି କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ - କୋରୋନା ସତର୍କତା

କିଛି ଦିନ ତଳେ ସାମ୍ବାଦିକ କୋରୋନା ଆକ୍ରାନ୍ତ ହେବା ଖବର ପ୍ରକାଶିତ ପରେ ସମସ୍ତ ଇଲେକ୍ଟ୍ରୋନିକ ଏବଂ ପ୍ରିଣ୍ଟ ମିଡିଆକୁ ଉପଯୁକ୍ତ ସତର୍କତା ପାଳନ କରିବାକୁ ବୁଧବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ଆଡଭାଇଜାରୀ ଜାରି କରିଛନ୍ତି ।

corona precusion
ସାମ୍ବାଦିକଙ୍କ ପାଇଁ ଆଡଭାଇଜାରୀ ଜାରି କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

By

Published : Apr 22, 2020, 2:20 PM IST

ନୂଆଦିଲ୍ଲୀ: ସାମ୍ବାଦିକଙ୍କ ପାଇଁ ଏକ ଆଡଭାଇଜାରୀ ଜାରି କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । କିଛିଦିନ ତଳେ ସାମ୍ବାଦିକ କୋରୋନା ଆକ୍ରାନ୍ତ ହେବା ଖବର ପ୍ରକାଶିତ ପରେ ସମସ୍ତ ଇଲେକ୍ଟ୍ରୋନିକ ଏବଂ ପ୍ରିଣ୍ଟ ମିଡିଆକୁ ଉପଯୁକ୍ତ ସତର୍କତା ପାଳନ କରିବାକୁ ବୁଧବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ଆଡଭାଇଜାରୀ ଜାରି କରିଛନ୍ତି ।

ଏହି ଆଡଭାଇଜରୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛନ୍ତି ଯେ, କୋରୋନା ଭାଇରସ ମହାମାରୀ ସମୟରେ ବହୁ ସଂଖ୍ୟକ ମିଡିଆ କର୍ମଚାରୀ ଦେଶରେ ବିଭିନ୍ନ ପ୍ରାନ୍ତରେ କଣ ଘଟୁଛି ସେନେଇ ଖବର ଦେଉଛନ୍ତି ।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରିପୋର୍ଟର, କ୍ୟାମେରାମ୍ୟାନ, ଫଟୋଗ୍ରାଫର ଆଦି ଯେଉଁମାନେ ହଟସ୍ପଟ୍, କଣ୍ଟେନମେଣ୍ଟ ଜୋନ ଏବଂ କୋରୋନା ପ୍ରଭାବିତ ଅଞ୍ଚଳକୁ ଯାଉଛନ୍ତି ସେମାନେ ଡ୍ୟୁଟି ସମୟରେ ଉପଯୁକ୍ତ କୋରୋନା ସର୍ତକତା ନେବାକୁ ପରାମର୍ଶ ଦିଆଯାଉଛି ।

ଏହାଛଡା, ମିଡିଆ ହାଉସ ଗୁଡିକୁ ଅଫିସ କର୍ମଚାରୀଙ୍କ ସମେତ ଫିଲ୍ଡ କର୍ମଚାରୀଙ୍କ ଉପଯୁକ୍ତ ଯତ୍ନ ନେବାକୁ ନିବେଦନ କରାଯାଉଛି ।

ABOUT THE AUTHOR

...view details