ଓଡିଶା

odisha

By

Published : Sep 29, 2020, 4:27 PM IST

ETV Bharat / bharat

ଯୁଦ୍ଧ ହେଲେ ନିର୍ଣ୍ଣାୟକ ଭୂମିକା ଅର୍ଜନ କରିବ ବାୟୁସେନା: ଏୟାର ମାର୍ଶାଲ ଭଦୋରିଆ

ବର୍ତ୍ତମାନ ସମୟରେ ସୀମାରେ ଯୁଦ୍ଧ ସ୍ଥିତି ନଥିବା ବେଳେ ଉତ୍ତେଜନା ଲାଗିରହିଥିବା ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ । ଅନ୍ୟପକ୍ଷେ ଭବିଷ୍ୟତରେ ଯଦି କୌଣସି ଯୁଦ୍ଧ ସ୍ଥିତି ଉପୁଜେ, ତାହେଲେ ବାୟୁସେନା ନିର୍ଣ୍ଣାୟକ ଭୂମିକା ଅର୍ଜନ କରିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ଯୁଦ୍ଧ ହେଲେ ନିର୍ଣ୍ଣାୟକ ଭୂମିକା ଅର୍ଜନ କରିବ ବାୟୁସେନା: ଏୟାର ମାର୍ଶାଲ ଭଦୋରିଆ
ଯୁଦ୍ଧ ହେଲେ ନିର୍ଣ୍ଣାୟକ ଭୂମିକା ଅର୍ଜନ କରିବ ବାୟୁସେନା: ଏୟାର ମାର୍ଶାଲ ଭଦୋରିଆ

ନୂଆଦିଲ୍ଲୀ: ଏଲଏସିରେ ଜାରି ଉତ୍ତେଜନା ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ । ବର୍ତ୍ତମାନ ସମୟରେ ସୀମାରେ ଯୁଦ୍ଧ ସ୍ଥିତି ନଥିବା ବେଳେ ଉତ୍ତେଜନା ଲାଗିରହିଥିବା ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ । ଅନ୍ୟପକ୍ଷେ ଭବିଷ୍ୟତରେ ଯଦି କୌଣସି ଯୁଦ୍ଧ ସ୍ଥିତି ଉପୁଜେ, ତାହେଲେ ବାୟୁସେନା ନିର୍ଣ୍ଣାୟକ ଭୂମିକା ଅର୍ଜନ କରିବ ବୋଲି ସେ କହିଛନ୍ତି ।

ଭଦୋରିଆ କହିଛନ୍ତି, ଭାରତର ଉତ୍ତର ସୀମା ତଥା ଏଲଏସିରେ ଉତ୍ତେଜନା ଲାଗିରହିଛି । ବର୍ତ୍ତମାନର ସୁରକ୍ଷା ଦୃଷ୍ଟିପଟରେ ନା ଯୁଦ୍ଧ ସ୍ଥିତି ରହିଛି ନାଁ ଶାନ୍ତି ଅଛି । ହେଲେ ଆମ ସୈନିକ କୌଣସି ବି ପରିସ୍ଥିତିର ସାମ୍ନା କରିବା ପାଇଁ ସର୍ବଦା ପ୍ରସ୍ତୁ ଥିବା ଭଦୋରିଆ ନିଜ ସମ୍ବୋଧନରେ କହିଛନ୍ତି ।

ଏୟାର ଚିଫ୍‌ ମାର୍ଶଲ କହିଛନ୍ତି ଯେ ରାଫେଲ, ଚିନୁକ, ଆପାଚି ଆଦି ଯୁଦ୍ଧ ବିବାନ ଦ୍ବାରା ବାୟୁସେନା ଦୃଢ ରଣନୈତିକ ଦକ୍ଷତା ହାସଲ କରିଛି। ବ୍ରହ୍ମୋସ ଏବଂ ଅନ୍ୟାନ୍ୟ ମାରାତ୍ମକ ଅସ୍ତ୍ରଶସ୍ତ୍ରକୁ ଯୁଦ୍ଧ ବିମାନରେ ସଜାଇବା ପାଇଁ ସେ ତେଜସ ଓ ସୁଖୋଇର କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଭଦୋରିଆଙ୍କ ଅନୁଯାୟୀ, ଆଜିର ପରିସ୍ଥିତିରେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଯେ ଆମର ଶତ୍ରୁମାନଙ୍କ ବିରୋଧରେ ଆମର ବୈଷୟିକ ଜ୍ଞାନ ବଳରେ ବିଜୟ ହାସଲ କରିବା ।

ABOUT THE AUTHOR

...view details