ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ସର୍ବପୁରାତନ ଫାଇଟର ପାଇଲଙ୍କ ଶହେତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ବାୟୁସେନା ମୁଖ୍ୟ । ଆଇଏଏଫର ଅବସରପ୍ରାପ୍ତ ଲଢୁଆ ବିମାନର ପାଇଲଟ ସ୍କ୍ବାଡ୍ରନ ଲିଡର ଦଲିପ ସିଂ ମାଜିଥିଆ ସୋମବାର 100 ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ଏୟାର ଚିଫ ମର୍ଶାଲ ଆରକେଏସ ଭଦୌରିଆ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ।
IAFର ସର୍ବପୁରାତନ ଯୁଦ୍ଧ ବିମାନ ପାଇଲଟ@100, ଶୁଭେଚ୍ଛା ଜଣାଇଲେ ବାୟୁସେନା ମୁଖ୍ୟ - iaf fighter pilot dalip singh majithia turns 100
ଆଇଏଏଫର ଅବସରପ୍ରାପ୍ତ ଲଢୁଆ ବିମାନର ପାଇଲଟ ସ୍କ୍ବାଡ୍ରନ ଲିଡର ଦଲିପ ସିଂ ମାଜିଥିଆ ସୋମବାର 100 ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ଏୟାର ଚିଫ ମର୍ଶାଲ ଆରକେଏସ ଭଦୌରିଆ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ।

ଶହେ ବର୍ଷରେ IAF ର ସର୍ବପୁରାତନ ଯୁଦ୍ଧ ବିମାନ ପାଇଲଟ
ତେବେ ଏନେଇ ଆଇଏଏଫ ପକ୍ଷରୁ କରାଯାଇଥିବା ଟ୍ବିଟରେ ଲେଖାଯାଇଛି ଯେ, IAFର ଅବସରପ୍ରାପ୍ତ ସ୍କ୍ବାଡ୍ରନ ଲିଡର ଦଲିପ ସିଂହ ମାଜିଥିଆଙ୍କୁ ତାଙ୍କ ଶହେ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଉଛି। ସେ 1947 ମସିହାରେ ଦେଶ ସ୍ବାଧୀନତା ଲାଭ କରିବା ପରେ ଅବସର ନେଇଥିଲେ ଏବଂ ବର୍ତ୍ତମାନ ସେ ସର୍ବପୁରାତନ IAF ଯୁଦ୍ଧ ବିମାନର ପାଇଲଟ ହେବାର ଗୌରବ ହାସଲ କରିଛନ୍ତି। ' ଏହାସହ ଏୟାର ଚିଫ ମର୍ଶାଲ ଭଦୌରିଆ ସମସ୍ତ ବାୟୁ ସେନାର ଯୋଦ୍ଧାଙ୍କ ତରଫରୁ ଜନ୍ମଦିନର ଶୁଭେଚ୍ଛା ଶୁଭକାମନା ଜଣାଇବା ସହ ତାଙ୍କର ଏକ ଭିଡିଓ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ।