ଓଡିଶା

odisha

By

Published : Jun 7, 2020, 1:01 PM IST

ETV Bharat / bharat

ପଙ୍ଗପାଳ ମୁକାବିଲାରେ ସାମିଲ ହେବ ଭାରତୀୟ ବାୟୁସେନା MI -17ର ହେଲିକପ୍ଟର

ହେକ୍ଟର ହେକ୍ଟର ଚାଷ ଜମିକୁ କ୍ଷଣକ ମଧ୍ୟରେ ଗ୍ରାସ କରି ବିଧ୍ବଂସ କରିଦେଉଥିବା ଏହି ପଙ୍ଗପାଳ ଆକ୍ରମଣଙ୍କୁ ନିୟନ୍ତ୍ରଣ ଓ ମୁକାବିଲା ପାଇଁ ଭାରତୀୟ ବାୟୁସେନା ଚପର ନିୟୋଜିତ କରିବ । କୃଷି ମନ୍ତ୍ରଣାଳୟ ଉଚ୍ଚ-ସଞ୍ଚାଳିତ ସ୍ପ୍ରେ ଯନ୍ତ୍ରପାତି ଆମଦାନୀ କରୁଛି । ଆକାଶ ମାର୍ଗରୁ ପଙ୍ଗପାଳଙ୍କୁ ନାଶ କରିବା ପାଇଁ ସ୍ପ୍ରେ ଯୋଗେ ପାଇଁ ପାଞ୍ଚଟି MI -17 ହେଲିକପ୍ଟରରେ ନିୟୋଜିତ କରାଯିବ ।

iaf-choppers
iaf-choppers

ନୂଆଦିଲ୍ଲୀ: କିଲର କୋରୋନା କାଳରେ ପଙ୍ଗପାଳ ଆତଙ୍କ । ଚାଷୀକୂଳ ଭୟ ବିକଳ । ବିରାଟ ବିପଦ ଭାବେ ଏହି ଶସ୍ୟନାଶକ ପତଙ୍ଗ ଆକ୍ରମଣ ଏବେ ଦେଶ ପାଇଁ ଚିନ୍ତାଜନକ ସାଜିଛି । କୋରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ । ହେକ୍ଟର ହେକ୍ଟର ଚାଷ ଜମିକୁ କ୍ଷଣକ ମଧ୍ୟରେ ଗ୍ରାସ କରି ବିଧ୍ବଂସ କରିଦେଉଥିବା ଏହି ପଙ୍ଗପାଳ ଆକ୍ରମଣଙ୍କୁ ନିୟନ୍ତ୍ରଣ ଓ ମୁକାବିଲା ପାଇଁ ଭାରତୀୟ ବାୟୁସେନା ଚପର ନିୟୋଜିତ କରିବ । କୃଷି ମନ୍ତ୍ରଣାଳୟ ଉଚ୍ଚ-ସଞ୍ଚାଳିତ ସ୍ପ୍ରେ ଯନ୍ତ୍ରପାତି ଆମଦାନୀ କରୁଛି । ଆକାଶ ମାର୍ଗରୁ ପଙ୍ଗପାଳଙ୍କୁ ନାଶ କରିବା ପାଇଁ ସ୍ପ୍ରେ ଯୋଗେ ପାଇଁ ପାଞ୍ଚଟି MI -17 ହେଲିକପ୍ଟରରେ ନିୟୋଜିତ କରାଯିବ ।

IAF ର ପାଞ୍ଚଟି MI -17 ହେଲିକପ୍ଟରରେ ସ୍ପ୍ରେ ଉପକରଣ ଫିଟ କରାଯିବ ବ୍ୟବହାର କରାଯିବ | ଏହି ପ୍ରକ୍ରିୟା ପାଇଁ ବିଭିନ୍ନ ମନ୍ତ୍ରଣାଳୟ, ଆଇଏଏଫ, ଆର୍ମି ଆଭିଏସନ କର୍ପସ ଏବଂ ଶିଳ୍ପ ମଧ୍ୟରେ ସହଭାଗିତାରେ ପଙ୍ଗପାଳ ଆକ୍ରମଣ ବିରୋଧୀ ଲଢେଇରେ ବିଜୟ ପାଇଁ ମିଶନ ଆରମ୍ଭ କରାଯିବ । ଦୀର୍ଘ 27 ବର୍ଷ ପରେ ଏହା ସବୁଠାରୁ ଭୟାନକ ପଙ୍ଗପାଳ ଆତଙ୍କ ବୋଲି ସୂଚନା ରହିଛି । ଏକ ସଶକ୍ତିକରଣ କମିଟି ହେଲିକପ୍ଟର କମ୍ପାନୀ ସହ ଆଲୋଚନା କରୁଛି ଏବଂ ଡିଜିସିଏ କ୍ଲିୟରାନ୍ସ ଅନୁଯାୟୀ ଖୁବ ଶୀଘ୍ର ଏକ ଚୁକ୍ତିନାମା ସ୍ବକ୍ଷରିତ ହେବେ ବୋଲି ଆଶା କରାଯାଉଛି । ଏନେଇ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିମାନ ଚଳାଚଳ ମନ୍ତ୍ରଣାଳୟ ଗତ ମାସରେ କୃଷି ମନ୍ତ୍ରଣାଳୟକୁ ପଙ୍ଗପାଳ ବିରୋଧୀ କାର୍ଯ୍ୟ ପାଇଁ ସ୍ପ୍ରେ ଡ୍ରୋନ ବ୍ୟବହାର କରିବାକୁ ଅନୁମତି ଦେଇଥିଲା । ଆନ୍ତଃ ମନ୍ତ୍ରୀସ୍ତରୀୟ କ୍ଷମତାଶାଳୀ କମିଟି ନିଲାମକାରୀଙ୍କ ସହ ଫାଷ୍ଟ-ଟ୍ରାକ୍ ବୁଝାମଣା କରିଛି ଏବଂ ପାଞ୍ଚଟି ଡ୍ରୋନ୍ କମ୍ପାନୀକୁ କାର୍ଯ୍ୟକାରୀ ଅର୍ଡର ଜାରି କରାଯାଇଛି । ଡ୍ରୋନ୍-ସ୍କ୍ବାଡ୍ ଆସନ୍ତା ସପ୍ତାହ ଆରମ୍ଭରେ ହଟସ୍ପଟ୍ - ବାରମର୍, ଫାଲୋଡି, ନାଗର ଏବଂ ବୈକାନେରରେ ପହଞ୍ଚିବ ବୋଲି ଅଧିକାରୀ କହିଛନ୍ତି।

ଆଗାମୀ 2-3 ବର୍ଷ ମଧ୍ୟରେ ଏହାର ଚାହିଦା ବଢିବା ସହ ଡ୍ରୋନ୍ ମୂଲ୍ୟ ହ୍ରାସ ହେବ । ଏହାସହ ଗ୍ରାମ ଭିତ୍ତିକ ଉଦ୍ୟୋଗୀ, ଫସଲ ମ୍ୟାପିଂ, ଆନାଲିଟିକ୍ସ, ଅମଳର ପରାମର୍ଶ ଏବଂ ସ୍ପ୍ରେ ପାଇଁ ଡ୍ରୋନ୍ ସେବା ଯୋଗାଉଛନ୍ତି । ଆଗାମୀ ବର୍ଷ ମାନଙ୍କରେ ଦେଶର ଅନେକ ଚାଷୀ ଡ୍ରୋନ ବ୍ୟବହାର କରିବେ ବୋଲି କୁହାଯାଉଛି । ଠିକ୍ ସେହିଭଳି ଯେଉଁ ଚାଷୀମାନେ ଟ୍ରାକ୍ଟର, ବିହନ ଏବଂ ଅମଳ-ମେସିନ ପାଇଁ ଋଣ କରନ୍ତି ସେହିପରି ଭାବେ ଡ୍ରୋନ କିଣିବା ବୋଲି ଅଧିକାରୀ କହିଛନ୍ତି ।

ABOUT THE AUTHOR

...view details