ଓଡିଶା

odisha

ମିଗ୍ -21 ଉଡାଇଲେ ବାୟୁସେନା ମୁଖ୍ୟ ଭଦୌରିଆ

By

Published : Aug 13, 2020, 4:51 PM IST

ଭାରତୀୟ ବାୟୁସେନାର ମୁଖ୍ୟ ଆର.କେ.ଏସ ଭଦୌରିଆ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡରେ ଫ୍ରଣ୍ଟଲାଇନ ଏୟାର ବେସ ଗସ୍ତରେ ଅଛନ୍ତି ।

ମିଗ୍ -21 ଉଡାଇଲେ ବାୟୁସେନାର ମୁଖ୍ୟ ଭଦୌରିଆ
ମିଗ୍ -21 ଉଡାଇଲେ ବାୟୁସେନାର ମୁଖ୍ୟ ଭଦୌରିଆ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମୁଖ୍ୟ ଆର.କେ.ଏସ ଭଦୌରିଆ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡରେ ଫ୍ରଣ୍ଟଲାଇନ ଏୟାର ବେସ ଗସ୍ତରେ ଅଛନ୍ତି । ବାୟୁସେନା ମୁଖ୍ୟ ଏଠାରେ ବେସର କାର୍ଯ୍ୟକ୍ଷମ ପ୍ରସ୍ତୁତିର ସମୀକ୍ଷା କରିବେ । ଏଥିସହ ସେ ଏଠାରେ ଅବସ୍ଥାପିତ ସ୍କ୍ବାଡ୍ରନ୍‌ର ଯୁଦ୍ଧକ୍ରୁ ଏବଂ ଏୟାରକ୍ରୁ ସହିତ ସାକ୍ଷାତ କରିବେ। ତେବେ ଏହାପୂର୍ବରୁ ଗୁରୁବାର ଭଦୌରିଆ ରେସିଡେଣ୍ଟ ଫାଇଟର୍ ସ୍କ୍ବାଡ୍ରନ୍ ସହ ମିଗ୍ -21 ବିସନ୍ ଉଡାଇଥିଲେ।

ବାୟୁସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ବାୟୁସେନାର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଟ୍ବିଚ କରି କୁହାଯାଇଛି, 'ବାୟୁସେନା ମୁଖ୍ୟ ଆର.କେ.ଏସ ଭଦୌରିଆ ବେସରେ ଥିବା ପ୍ରସ୍ତୁତି ବିଷୟରେ ସମୀକ୍ଷା କରି ସମସ୍ତ ସୈନିକଙ୍କ ସହ କଥା ହୋଇଛନ୍ତି ।

ଏହାପୂର୍ବରୁ ଭାରତ-ଚୀନ ତିକ୍ତତା ମଧ୍ୟରେ ବାୟୁସେନା ମୁଖ୍ୟ ଲେହ-ଲଦାଖ ପରିଦର୍ଶନ କରିଥିଲେ। ତେବେ ଯଦିଓ ବର୍ତ୍ତମାନ ଏହି ବିବାଦର ସମାଧାନ ପାଇଁ ଚୀନ ସହ ଆଲୋଚନା ଚାଲିଛି । ତଥାପି ତିନି ସେନା ସୀମାରେ ସତର୍କ ରହିଛନ୍ତି। ଖାସକରି ବାୟୁସେନା ଲଦାଖରେ ଏହାର ତଦାରଖ ବୃଦ୍ଧି କରିଛି।

ABOUT THE AUTHOR

...view details