ଓଡିଶା

odisha

ETV Bharat / bharat

ବର୍ଷକୁ 80 ଜଣ ପାଇଲଟ ଛାଡୁଛନ୍ତି ବାୟୁସେନା; କାରଣ ଏହା

ଭାରତୀୟ ବାୟୁସେନାରେ ହେବକି ପାଇଲଟ ସଂକଟ । ପ୍ରତି ବର୍ଷ 80 ରୁ ଅଧିକ ପାଇଲଟ ନେଉଛନ୍ତି ସେବା ନିବୃତି । କଣ ଏହି କାରଣ ପାଇଁ । କଣ ପଦକ୍ଷେପ ନେବ ବାୟୁସେନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Aug 18, 2020, 11:02 PM IST

Iaf  pilots
Iaf pilots

ନୂଆଦିଲ୍ଲୀ:ଗତ ଦଶବର୍ଷ ମଧ୍ୟରେ ଭାରତୀୟ ବାୟୁସେନା ର 798 ପାଇଲଟ ଇସ୍ତଫା ଦେଇଛନ୍ତି । ଏହି ସୂଚନା ଖୋଦ ବାୟୁସେନା ହିଁ RTI ତଥ୍ୟରେ ଦେଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଗତ ଦର୍ଶବର୍ଷ ମଧ୍ୟରେ ବାୟୁସେନାକୁ ପାଇଲଟ ଅଭାବ ପୂରଣ ପାଇଁ ଅନେକ ପରିଶ୍ରମ କରିବାକୁ ପଡିଛି । 1 ଫେବୃୟାରୀ 2018 ରେ ରାଜ୍ୟସଭାରେ ସରକାର କହିଥିଲେ ବାୟୁସେନା ପାଖରେ 4 ହଜାର 851 ସ୍ବୀକୃତି ପ୍ରାପ୍ତରୁ 3 ହଜାର 855 ପାଇଲଟ ଥିଲେ । ଫଳରେ 2018 ରେ ହିଁ ବାୟୁସେନାକୁ 376 ପାଇଲଟ ଅଭାବର ସାମନା କରିବାକୁ ପଡିଲା ।

ସୂଚନା ଅନୁସାରେ 2016 ରେ 100 ପାଇଲଟ 2017 ରେ 114 ପାଇଲଟ ବାୟୁସେନାରୁ ଇସ୍ତଫା ଦେଇଛନ୍ତି । ସେହିଭଲି 2015 ରେ 37 ଜଣ ପାଇଲଟ ଅବସର ପୂର୍ବରୁ ଇସ୍ତଫା ଦେଇଛନ୍ତି । ସବୁଠାରୁ ଉଦବେଗ ଜନକ କଥା ହେଉଛି ଅବସର ପୂର୍ବରୁ ଯେଉଁ ପାଇଲଟ ବାୟୁସେନା ଛାଡିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଶଂ ଘରୋଇ ଏୟାର ଲାଇନ୍ସରେ ଯୋଗଦେଇଛନ୍ତି ।

ଉଚ୍ଚ ବେତନ କରୁଛି କି ଆକର୍ଷିତ ?

ଏହା ସ୍ପଷ୍ଟ ଯେ ଇସ୍ତଫା ଦେଇଥିବା 798 ପାଇଲଟଙ୍କ ମଧ୍ୟରୁ 289 ଜଣଙ୍କୁ ଘରୋଇ ବିମାନ ଉଡାଇବା ପାଇଁ ବାୟୁସେନା ଏନଓସି ଦେଇଛି । ଏହାର ଅର୍ଥ ବିଗତ ଦଶବର୍ଷରେ ଯେଉଁ ପାଇଲଟ ବାୟୁସେନା ଛାଡିଛନ୍ତି ସେମାନଙ୍କ ମଧ୍ୟରୁ ଏକ ତୃତୀୟାଶଂ ଘରୋଇ ବିମାନ ସେବାରେ ନିୟୋଜିତ । ସମାଚାର ଏଜେନ୍ସି ଏଏନଆଇ ମୁତାବକ ବାୟୁସେନାରେ ଦ୍ବିତୀୟ ଶ୍ରେଣୀର ପାଇଲଟଙ୍କୁ ମାସକୁ 2 ଲକ୍ଷରୁ ଅଧିକ ଟଙ୍କା ମିଳିଥାଏ । କିନ୍ତୁ ସେହି ପାଇଲଟ ଯେତେବେଳେ ଘରୋଇ ବିମାନ ଉଡାଣ କରନ୍ତି ତାଙ୍କ ପାଉଣା 4 ଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥାଏ । ଆଉ ସବୁଠାରୁ ବଡ ପ୍ରସଙ୍ଗ ହେଉଛି ଅଧିକାଶଂ ପାଇଲଟ ବାୟୁସେନାରେ 20 ବର୍ଷ କାର୍ଯ୍ୟ କରି ଇସ୍ତଫା ଦେଉଛନ୍ତି । ଯଦ୍ବାରା ସେମାନେ ପେନସନର ହକଦାର ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details