ପାଟନା: ଚଳିତ 2019 ଲୋକସଭା ନିର୍ବାଚନ ନ ଲଢିବାକୁ ପାଇଁ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର(ଏଲଜେପି) ସୁପ୍ରିମୋ ରାମବିଳାସ ପାଶ୍ୱାନ। ସେ ଲୋକସଭା ବଦଳରେ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ସେ ବିହାରର ହାଜିପୁର ଲୋକସଭା ଆସନରୁ ସାଂସଦ ଅଛନ୍ତି।
ଏଥର ନିର୍ବାଚନ ଲଢିବେନି ପାଶ୍ୱାନ
ଚଳିତ 2019 ଲୋକସଭା ନିର୍ବାଚନ ନ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏଲଜେପି ସୁପ୍ରିମୋ ରାମବିଳାସ ପାଶ୍ୱାନ। ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ଏଥର ସେ ଲୋକସଭା ବଦଳରେ ସେ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ହେଉଛି।
ନିର୍ବାଚନ ନଲଢିବା ସମ୍ପର୍କରେ ସେ ଚଳିତ ବର୍ଷ ଜାନୁଆରୀରେ ଘୋଷଣା କରିଥିଲେ। ଏସମ୍ପର୍କରେ ପ୍ରତିକ୍ରିୟା ରଖି ଏଲଜେପି ସୁପ୍ରିମୋ କହିଛନ୍ତି ଏଥର ମୁଁ ହାଜିପୁରରୁ ନିର୍ବାଚନ ଲଢୁନାହିଁ । ମାତ୍ର ହାଜିପୁରର ବିକାଶ ପାଇଁ ମୁଁ ନିଜ ଉଦ୍ୟମ ଜାରି ରଖିବି।
ଏଥରର ନିର୍ବାଚନରେ ହାଜିପୁରରୁ କିଏ ପ୍ରତିଦ୍ୱନ୍ଦିତା କରିବ ତାହା ଦଳ ନିଷ୍ପତ୍ତି ନେବ । ବର୍ତ୍ତମାନ ଏସମ୍ପର୍କରେ ମୁଁ କିଛି କହିବାକୁ ଚାହୁଁନାହିଁ ବୋଲି ବୋଲି ପାଶ୍ୱାନ ଜଣାଇ ଦେଇଛନ୍ତି।
ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ରାମବିଳାଶ ପାଶ୍ୱାନ ଏଥରର ନିର୍ବାଚନ ଲଢୁନାହାନ୍ତି ବୋଲି ଦଳୀୟ ମହଲରୁ କୁହାଯାଇଛି। ହାଜିପୁର ଲୋକସଭା ଆସନ ଏଲଜେପିର ପାରମ୍ପରିକ ଗଡ ଭାବେ ଜଣାଶୁଣା। 1977 ମସିହାରେ ହୋଇଥିବା ଲୋକସଭା ନିର୍ବାଚନରେ ଏକ ରେକର୍ଡ କରିଥିଲେ ପାଶ୍ୱାନ। ଏହି ଆସନରୁ ସେ 4 ଲକ୍ଷ 24 ହଜାର ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ।