ନାଗପୁର: ବହୁଜନ ସମାଜ ପାର୍ଟି ନେତା ମାୟାବତୀଙ୍କ ଘୋଷଣା । କହିଲେ ବାବା ସାହେବ ଆମ୍ବେଦକରଙ୍କ ଭଳି କରିବି ଧର୍ମ ପରିବର୍ତ୍ତନ । ଉଚିତ ସମୟ ଦେଖି ଗ୍ରହଣ କରିବି ବୌଦ୍ଧ ଧର୍ମ । ନାଗପୁରରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ।
ବୌଦ୍ଧ ଧର୍ମ ଗ୍ରହଣ କରିବେ ମାୟାବତୀ - ମାୟାବତୀ ନେବେ ବୌଦ୍ଧ ଧର୍ମ
ଧର୍ମ ପରିବର୍ତ୍ତନ କରିବେ ବହୁଜନ ସମାଜପାର୍ଟି ମୁଖ୍ୟ ମାୟାବତୀ । ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଭଳି ବୌଦ୍ଧଧର୍ମ ଗ୍ରହଣ କରିବେ ବୋଲି କଲେ ଘୋଷଣା ।
ଫାଇଲ ଫଟୋ
ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଦେହାନ୍ତର କିଛି ଦିନ ପୂର୍ବରୁ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଠିକ୍ ସେହିପରି ମୁଁ ମଧ୍ୟ ଉଚିତ ସମୟ ଦେଖି ଧର୍ମ ପରିବର୍ତ୍ତନ କରିବି ବୋଲି କହିଛନ୍ତି ମାୟାବତୀ । ସେ ଆହୁରି କହିଛନ୍ତି, ଆପଣ ମାନେ ନିଶ୍ଚୟ ମୋ ଧର୍ମ ପରିବର୍ତ୍ତନ ବିଷୟରେ ଭାବୁଥିବେ ।
ଖୁବ ଶୀଘ୍ର ମୁଁ ଧର୍ମ ପରିବର୍ତ୍ତନ କରିବି । ବୌଦ୍ଧ ଧର୍ମ ଅନୁଯାୟୀ ଅବଶ୍ୟ ଦୀକ୍ଷା ଗ୍ରହଣ କରିବି । ଯେବେ ଉଚିତ ସମୟ ଆସିବ ସେବେ ଧର୍ମ ପରିବର୍ତ୍ତନ କରିବି ବୋଲି ଉପସ୍ଥିତ ଜନତାଙ୍କ ସମ୍ମୁଖରେ ଘୋଷଣା କରିଛନ୍ତି ମାୟାବତୀ ।