ହାଇଦ୍ରାବାଦ: ଦେଶରେ ଏନଆରସି, ଏନଆରପି ଏବଂ ସିଏଏକୁ ନେଇ ଜାରି ବିବାଦ ମଧ୍ୟରେ ବଡ ଖୁଲାସା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ । ତାଙ୍କ ପାଖରେ ମଧ୍ୟ ଜନ୍ମ ପ୍ରମାଣପତ୍ର ନଥିବା ଶନିବାର ରାଜ୍ୟ ବିଧାନସଭାରେ କହିଛନ୍ତି ସେ ।
ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜୀକରଣ (ଏନପିଆର)ର ନୂଆ ପ୍ରକ୍ରିୟାକୁ ନେଇ ରାଓ କହିଛନ୍ତି, 'ଯେଉଁଠି ମୋ ନିଜ ପାଖରେ ଜନ୍ମ ପ୍ରମାଣ ପତ୍ର ନାହିଁ ସେଠାରେ ମୁଁ ନିଜ ମାତା ପିତାଙ୍କର ପ୍ରମାଣପତ୍ର କେଉଁଠୁ ଆଣିବି । ଏହା ମୋ ପାଇଁ ମଧ୍ୟ ଚିନ୍ତାର ବିଷୟ । ମୁଁ ଗାଁରେ ନିଜ ଘରେ ଜନ୍ମ ଗ୍ରହଣ କରିଥିଲି । ସେହି ସମୟରେ ଗାଁରେ କୌଣସି ଡାକ୍ତରଖାନା ନଥିଲା । ଗ୍ରାମର ବରିଷ୍ଠ ବ୍ୟକ୍ତି ସେତେବେଳେ ଜନ୍ମର ପ୍ରମାଣପତ୍ର ଲେଖୁଥିଲେ, ଯାହାର କୌଣସି ଅଧିକାରୀକ ମହତ୍ବ ନାହିଁ ।'
ଯେଉଁଠି ଖୋଦ ମୁଖ୍ୟମନ୍ତ୍ରୀ ନିଜର ଜନ୍ମ ପ୍ରମାଣ ପତ୍ର ଦେଖାଇପାରୁନାହାନ୍ତି, ସେଠାରେ ଜଣେ ଗରିବ, ଆଦିବାସୀ ଏବଂ ଦଳିତ ଜନ୍ମ ପ୍ରମାଣପତ୍ର କେଉଁଠୁ ଆଣିବ ବୋଲି ଚନ୍ଦ୍ର ଶେଖର ରାଓ କହିଛନ୍ତି ।