ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଦେଶ । ଦଳଗୁଡିକ ପରସ୍ପର ମଧ୍ୟରେ ମେଣ୍ଟ କରି ନିଜ ନିଜ ବିରୋଧୀଙ୍କୁ ଦେଉଛନ୍ତି କଡା ଟକ୍କର । ଏହି କ୍ରମରେ ବିହାରରେ କଂଗ୍ରେସ, ଆରଜେଡି ଓ କିଛି ଅନ୍ୟଦଳକୁ ନେଇ ଗଢାଯାଇଛି ମହାମେଣ୍ଟ । ଅନ୍ୟପକ୍ଷେ ଏହି ମେଣ୍ଟରେ ବାମ ଦଳକୁ ମିଳି ନଥିଲା ସ୍ଥାନ । ତେଣୁ ବାମଦଳ ବାଧ୍ୟ ହୋଇ ବେଗୁସରାଇରୁ କହ୍ନେୟା କୁମାରଙ୍କୁ କରିଛି ପ୍ରାର୍ଥୀ ।
କହ୍ନେୟାଙ୍କୁ ସମର୍ଥନ ଦେଲେ ଦିଗବିଜୟ ସିଂ - BJP
ବାମ ଦଳ ବେଗୁସରାଇରୁ କହ୍ନେୟା କୁମାରଙ୍କୁ କରିଛି ପ୍ରାର୍ଥୀ । ଅନ୍ୟପକ୍ଷେ କହ୍ନେୟା କୁମାରଙ୍କୁ ସମର୍ଥନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ।
ଏହି ଆସନରୁ ମହାମେଣ୍ଟ ପକ୍ଷରୁ ଆରଜେଡି ପ୍ରାର୍ଥୀଙ୍କୁ ଟିକେଟ ମିଳିଛି । ସେହିପରି ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ମିଳିଛି ଟିକେଟ । ତେଣୁ ଏହି ଆସନରେ ହେବ ତ୍ରିମୁଖୀ ଲଢେଇ । ଅନ୍ୟପକ୍ଷେ କହ୍ନେୟା କୁମାରଙ୍କୁ ସମର୍ଥନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ।
ମୁଁ କହ୍ନେୟା କୁମାରଙ୍କୁ ସମର୍ଥନ କରୁଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର କାର୍ଯ୍ୟକର୍ତ୍ତା ଦେଶ ବିରୋଧୀ ନାରାବାଜୀ କରିଥିଲେ । ଆଉ ମୁଁ ନିଜ ଦଳକୁ ମଧ୍ୟ କହିଛି ଆରଜେଡି ବହୁତ ବଡ ଭୁଲ କରୁଛି । ଏହି ଆସନ ସିପିଆଇକୁ ଦେବା ପାଇଁ ମୁଁ ଚେଷ୍ଟା କରିଥିଲି । କହ୍ନେୟା କୁମାର ମେ’ ୮ ଓ ୯ରେ ଭୋପାଳରେ ପ୍ରଚାର କରିବାକୁ ଆସୁଛନ୍ତି, ଏଥିପାଇଁ ମୋତେ ବହୁତ ଖୁସି ଲାଗୁଛି ବୋଲି ଦିଗବିଜୟ ସିଂ କହିଛନ୍ତି ।