ଓଡିଶା

odisha

ETV Bharat / bharat

‘ମୁଁ ଡୋଭାଲଙ୍କୁ ହିଂସାକାଣ୍ଡ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲି ’ - Home Minister Amit Shah in Lok Sabha

ଦିଲ୍ଲୀ ହିଂସାକାଣ୍ଡ ସମୟରେ ସେହି ସ୍ଥାନକୁ ଯିବାକୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଅନୁରୋଧ କରିଥିବା କଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

i requested nsa doval to visit violence affected areas says amit shah
‘ମୁଁ ଡୋଭାଲଙ୍କୁ ହିଂସାକାଣ୍ଡ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲି ’

By

Published : Mar 11, 2020, 9:34 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ସମୟରେ ସେହି ସ୍ଥାନକୁ ଯିବାକୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଅନୁରୋଧ କରିଥିବା କଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି । ଦିଲ୍ଲୀ ହିଂସାକାଣ୍ଡ ସଂପର୍କରେ ଗୃହରେ ବିବୃତି ଦେଇ ଗୃହମନ୍ତ୍ରୀ ଏହା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି, ମୋ ସଂସଦୀୟ କ୍ଷେତ୍ରକୁ ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବ ନିର୍ଦ୍ଧାରିତ ହୋଇଥିବାକୁ ମତେ ସେଠାରେ ଉପସ୍ଥିତ ରହିବା ମଧ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ତା ପରଦିନ ଯେତେବେଳେ ଆମେରିକା ରାଷ୍ଟ୍ରପତି ଦିଲ୍ଲୀ ଗସ୍ତ କଲେ ମୁଁ କୌଣସି ବି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲି । ସବୁତକ ସମୟ ପୋଲିସ ଅଫିସରଙ୍କ ସହ କଟାଇଥିଲି । ମୁଁ କେବଳ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସେଠାକୁ ଯିବାକୁ ଅନୁରୋଧ କରିଥିଲି ।

ସେହିପରି ଗୃହମନ୍ତ୍ରୀ ଦଙ୍ଗାଗ୍ରସ୍ତ ଅଞ୍ଚଳକୁ ଯାଇଥିଲେ, ସେଠାରେ ତାଙ୍କ ପାଇଁ ପୋଲିସକୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିବାକୁ ପଡିଥାନ୍ତା । ପୋଲିସକୁ ବାଧା ନଦେବାକୁ ସେ ଦଙ୍ଗା ସ୍ଥାନ ପରିଦର୍ଶନ କରିବାକୁ ଯାଇନଥିଲେ ବୋଲି ଗୃହମନ୍ତ୍ରୀ କହିଛନ୍ତି । ଗୃହମନ୍ତ୍ରୀଙ୍କ ଅନୁରୋଧ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦଙ୍ଗା ସ୍ଥାନ ପରିଦର୍ଶନ କରିଥିଲେ ।

ଅନ୍ୟପକ୍ଷରେ ଦଙ୍ଗାରେ ମୋଟ 700 ମାମଲା ରୁଜୁ ହୋଇଥିବା ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ଆର୍ମ୍ସ ଆକ୍ଟରେ 49ଟି କେସ ରୁଜୁ ହୋଇଥିବା ବେଳେ 153ଟି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ସେହିପରି ଶାନ୍ତି ଫେରାଇ ଆଣିବା ପାଇଁ ଫେବୃଆରୀ 25 ତାରିଖରୁ ଆଜି ପର୍ଯ୍ୟନ୍ତ 650ରୁ ଉର୍ଦ୍ଧ୍ବ ସଭା କରାଯାଇଛି । ସେହିପରି କୌଣସି ସାଧାରଣ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହା ସହ ଯେଉଁମାନେ ଦଙ୍ଗାର କାରଣ ସେମାନେ ଆଇନ ହାତରୁ ବର୍ତ୍ତିପାରିବେ ନାହିଁ ବୋଲି ସେ କହିଛନ୍ତି । ସେହିପରି ହିଂସାକାଣ୍ଡ ପାଇଁ ଅର୍ଥ ଯୋଗାଉଥିବା 3 ଜଣଙ୍କୁ ପୋଲିସ ଗିରଫ କରିଛି ।

ଦିଲ୍ଲୀ ଦଙ୍ଗାରେ 60ଟି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ବ୍ୟବହାର ହୋଇଥିବା ଗୃହମନ୍ତ୍ରୀ କହିଛନ୍ତି । ସେହି ଆକାଉଣ୍ଟ ଗୁଡିକ 22 ଫେବୃଆରୀରେ ଖୋଲାଯାଇଥିବା ବେଳେ 26 ତାରିଖରେ ସେଗୁଡିକୁ ବନ୍ଦ କରାଯାଇଥିଲା । ଲୋକଙ୍କୁ ଉସୁକାଇବା ପାଇଁ ଏହି ଆକାଉଣ୍ଟ ଗୁଡିକୁ ଖୋଲାଯାଇଥିବା କଥା ଗୃହମନ୍ତ୍ରୀ କହିଛନ୍ତି । ସେହିପରି ଫେସ ଆଇଡେଣ୍ଟିଫିକେସନ ସଫ୍ଟୱେର ଜରିଆରେ ଦୋଷୀମାନଙ୍କୁ ଧରିୂବାକୁ ଉଦ୍ୟମ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

ଦିଲ୍ଲୀ ହିଂସାକାଣ୍ଡ ସଂପର୍କରେ ଗୃହରେ ବିବୃତି ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ସେ କହିଛନ୍ତି, ଦିଲ୍ଲୀ ଦଙ୍ଗାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ଏହା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି ।

ଦିଲ୍ଲୀ ଦଙ୍ଗାରେ 53 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 200ଜଣରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ ।

@ANI

ABOUT THE AUTHOR

...view details