ଓଡିଶା

odisha

ETV Bharat / bharat

'ଗର୍ବର ସହ କହୁଛି, ମୁଁ ୨ଥର କରିଛି ସର୍ଜିକାଲ ଷ୍ଟ୍ରାଇକ' - BJP

ଭାରତୀୟ ସେନାଙ୍କ ଦ୍ବାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ରାଜନୀତି ହେଉଥିବାର ଦେଖି ସେନାର ଜଣେ ଅବସରପ୍ରାପ୍ତ ଆର୍ମି ଅଧିକାରୀ ଦୁଃଖିତ ହୋଇଛନ୍ତି । ସେ କହିଛନ୍ତି ମୁଁ ନିଜେ ୨ଥର ସର୍ଜିକାଲ ଷ୍ଟ୍ରାଇକରେ ଅଂଶ ଗ୍ରହଣ କରିଛି । କଣ ମୁଁ ମଧ୍ୟ ମିଛ କହୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ?

ପ୍ରତୀକାତ୍ମକ ଫଟୋ

By

Published : May 6, 2019, 2:09 AM IST

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଜାରି ରହିଛି ନିର୍ବାଚନୀ ମାହୋଲ । ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ । ଶାସକ ଦଳ ବିଜେପି ରାଷ୍ଟ୍ରବାଦ, ସେନା ପରି ବିଷୟକୁ ନେଇ ନିର୍ବାଚନୀ ପ୍ରଚାରରେ ଲାଗିଛି । ଅନ୍ୟପକ୍ଷେ ଏହାର କାଉଣ୍ଟର କରିବାରେ ଲାଗିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ଦଳ ପକ୍ଷରୁ ଦାବି କରାଯାଇଛି, ମନମୋହନ ସିଂ ସରକାରଙ୍କ ଶାସନ କାଳରେ ହୋଇଥିଲା ୬ଥର ସର୍ଜିକାଲ ଷ୍ଟ୍ରାଇକ । ଯାହା ପରେ ସର୍ଜିକାଲ ଷ୍ଟ୍ରାଇକଙ୍କୁ ନେଇ ଆରମ୍ଭ ହୋଇଯାଇଛି ତର୍କବିତର୍କ ।

ଭାରତୀୟ ସେନାଙ୍କ ଦ୍ବାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ରାଜନୀତି ହେଉଥିବାର ଦେଖି ସେନାର ଜଣେ ଅବସରପ୍ରାପ୍ତ ଆର୍ମି ଅଧିକାରୀ ଦୁଃଖିତ ହୋଇଛନ୍ତି । ସେ କହିଛନ୍ତି ମୁଁ ନିଜେ ୨ଥର ସର୍ଜିକାଲ ଷ୍ଟ୍ରାଇକରେ ଅଂଶ ଗ୍ରହଣ କରିଛି । କଣ ମୁଁ ମଧ୍ୟ ମିଛ କହୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ? ଏହି ଅବସରପ୍ରାପ୍ତ ସେନା ଅଧିକାରୀ ହେଉଛନ୍ତି, ମେଜର ଜେନେରାଲ ଏଜେବି ଜୈନୀ ।

ଅବସରପ୍ରାପ୍ତ ମେଜର ଜେନେରାଲ ଜୈନୀ କହିଛନ୍ତି ଯେ, 'ମୁଁ ୨ ଥର ସର୍ଜିକାଲ ଷ୍ଟ୍ରାଇକ କରିଛି । ଏହା ମୁଁ ନ୍ୟାସନାଲ ଟିଭିରେ ଛାତି ପିଟି କହୁଛି । ୧୯୭୧ରେ କଶ୍ମୀର ସ୍ଥିତ ପୁଞ୍ଛ ସେକ୍ଟରରେ ପାକିସ୍ତାନ ସୀମା ଭିତରେ ୭-୮ କିଲୋମିଟର ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଥିଲୁ । ନିଜ ମୋବାଇଲ ଫୋନରେ ସେହି ଅପରେଶନର ହିରୋ ମେଜର ଖାନଙ୍କ ଫଟୋ ମଧ୍ୟ ଦେଖାଇଛନ୍ତି । ମେଜର ଖାନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଛି' ।

'ଏହା କହୁଥିବା ବେଳେ ସେ ଅତ୍ୟନ୍ତ ଭାବୁକ ହୋଇ ଉଠିଥିଲେ । ସେ କହିଛନ୍ତି ଦେଶରେ ମୋଦି ସରକାରଙ୍କ ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ ହୋଇନାହିଁ, ଏପରି କହିବା ବନ୍ଦ କରାଯାଉ । ନାଗାଲାଣ୍ଡରେ ମଧ୍ୟ ମିଆଁମାର ସୀମାରେ ଭାରତୀୟ ସେନା ଯାଇ ସର୍ଜିକାଲ ଷ୍ଟ୍ରାଇକ କରିଛି ବୋଲି ମେଜର ଜେନେରାଲ ଜୈନୀ କହିଛନ୍ତି' ।

ABOUT THE AUTHOR

...view details