ଓଡିଶା

odisha

ETV Bharat / bharat

ବିଦ୍ରୋହୀ ବିଧାୟକଙ୍କ ପ୍ରତି ବିଶ୍ବାସ ପ୍ରକଟ କଲେ ଶିବକୁମାର

କର୍ଣ୍ଣାଟକର ବିଦ୍ରୋହୀ ବିଧାୟକ ମେଣ୍ଟ ସରକାର ଭାଙ୍ଗିବାରୁ ବଞ୍ଚାଇବା ନେଇ ସଙ୍କେତ ମିଳିଥିବା ଶିବକୁମାର କହିଛନ୍ତି ।

By

Published : Jul 14, 2019, 12:24 PM IST

ଫଟୋ ସୌଜନ୍ୟ: ଏଏନଆଇ

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ଉପରେ ମନ୍ତ୍ରୀ ଡିକେ ଶିବକୁମାରଙ୍କର ଏବେବି ଦୃଢ ବିଶ୍ବାସ ଥିବା ପରିଲକ୍ଷିତ ହେଉଛି । ଆଇନ ସ୍ପଷ୍ଟ ଥିବାବେଳେ ସେମାନେ ଏଥିପ୍ରତି ସଜାଗ ଥିବା ଶିବକୁମାର କହିଛନ୍ତି ।

ଯଦି ବିଧାୟକମାନେ ବିଶ୍ବାସ ମତ ବିରୋଧରେ ଭୋଟ କରିବେ, ତେବେ ସେମାନେ ନିଜର ସଦସ୍ୟତା ହରାଇବେ ବୋଲି ଶିବକୁମାର ପ୍ରତିକ୍ରିୟା ଦେଇଛନ୍ତି । କଂଗ୍ରେସ ପାର୍ଟି ବିଧାୟକଙ୍କ ସବୁ ଦାବିକୁ ପୂରଣ କରିବାକୁ ପ୍ରସ୍ତୁତ ଥିବାବେଳେ ଇସ୍ତଫା ଦେଇଥିବା ବିଧାୟକ ମେଣ୍ଟ ସରକାର ଭାଙ୍ଗିବାରୁ ବଞ୍ଚାଇବା ନେଇ ସଙ୍କେତ ମିଳିଥିବା ଶିବକୁମାର କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକଙ୍କ ପ୍ରତି ବିଶ୍ବାସ ପ୍ରକଟ କରିବା ସହ ସେମାନେ ବାଘ ପରି ନିଜ କ୍ଷେତ୍ରରେ ଲଢି ଆସିଥିବା ଶିବକୁମାର କହିଛନ୍ତି ।

ABOUT THE AUTHOR

...view details