ନୂଆଦିଲ୍ଲୀ: ବିଜେପି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ। ଏକ ଦେଶ ବାହାର ନମ୍ବରରୁ କେହି ଜଣେ ବ୍ୟକ୍ତି ତାଙ୍କୁ ଫୋନ କରି ଦେଇଛି ଏପରି ଧମକ।ଏନେଇ ଅଭିଯୋଗ ଆଣି ସାହାଦରା ଡିସିପିଙ୍କୁ ପତ୍ର ଲେଖିଛନ୍ତି ସାଂସଦ ଗମ୍ଭୀର।
ଗମ୍ଭୀରଙ୍କୁ ହତ୍ୟା ଧମକ, ଥାନାରେ ଅଭିଯୋଗ - death threats
ବିଜେପି ନେତା ତଥା ସାଂସଦ ଗୌତମ ଗମ୍ଭୀରଙ୍କୁ ଫୋନ ଯୋଗେ ହତ୍ୟା ଧମକ। ପରିବାର ସମସ୍ତ ସଦସ୍ୟଙ୍କ ସମେତ ସାଂସଦଙ୍କୁ ହତ୍ୟା କରିବାକୁ ମିଳିଛି ଏପରି ଧମକ। ଏନେଇ ଡ଼ିସିପିଙ୍କୁ ଅଭିଯୋଗ ପତ୍ର ଲେଖିଛନ୍ତି ଗୌତମ।

gautam gambhir
ଗମ୍ଭୀରଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯିବା ନେଇ ଫୋନ ଯୋଗେ ମିଳିଛି ଏପରି ଧମକ। ଯଥାଶୀଘ୍ର ଏପରି ଧମକ ଦେଇଥିବା ଲୋକକୁ ତଦନ୍ତ କରାଯାଇ ଧରିବାକୁ କହିଛନ୍ତି ଗୌତମ।
ସେ କହିଛନ୍ତି ଯେ,ବର୍ତ୍ତମାନ ମୋ ପରିବାରକୁ ନେଇ ମୁଁ ଅସୁରକ୍ଷିତ ମନେ କରୁଛି। ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଡ଼ିସିପିଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ସେ।