ବେଙ୍ଗାଲୁରୁ: ‘ମୁଁ ଗୋମାଂସ ଖାଏ । ଏହା ମୋ ଖାଇବା ଶୈଳୀ । ମୁଁ ଖାଇପାରିବିନି, ଏକଥା କହିବାକୁ ଆପଣ କିଏ’ଏକଥା ଆମେ କହୁନି, କହୁଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତା ସିଦ୍ଧରମୈୟା । କଂଗ୍ରେସର 136ତମ ଫାଉଣ୍ଡେସନ ଦିବସ ଉପଲକ୍ଷେ ଆୟୋଜିତ ଏକ ସଭାରେ ଏପରି ମନ୍ତବ୍ୟ ଦେଇଛନ୍ତି ସେ ।
ସେ କହିଛନ୍ତି, ‘ ମୁଁ ମୋ ସିଦ୍ଧାନ୍ତରେ ଏକମତ । ଆମକୁ ଆମର ସିଦ୍ଧାନ୍ତକୁ ଅନୁସରଣ କରିବା ଉଚିତ୍ । କଂଗ୍ରେସ ଯଦି ଚୁପ୍ ବସିଯିବ ତେବେ ଦେଶର ଗରିବ, ଦଳିତ ଓ ସଂଖ୍ୟାଲଘୁଙ୍କ ପାଇଁ ଲଢିବ କିଏ’ । ସେ ଏହା ମଧ୍ୟ କହିଛନ୍ତି ଯେ, ଗୋ ହତ୍ୟା ନିୟମ ଏବେର ନୁହେଁ । କଂଗ୍ରେସ ଥିବା ସମୟରେ 1964 ମସିହାରେ ଏହାକୁ ପାରିତ କରାଯାଇଥିଲା । ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ସାମାନ୍ୟ ସଂଶୋଧନ କରୁଛନ୍ତି ।