ନୂଆଦିଲ୍ଲୀ: ଗୋଟେପଟେ ସାରାଦେଶରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରକାଶ ପାଇଥିଲା ତୀବ୍ର ପ୍ରତିକ୍ରିୟା । ପଲ୍ଲୀରୁ ରାଜଧାନୀ ସବୁଠି ଜଳୁଥିଲା ପ୍ରତିବାଦର ବହ୍ନି । ଯାହା ଉପରେ ଆଜି ପୂର୍ଣ୍ଣଛେଦ ପକାଇଛି ପୋଲିସ । 4 ଦୁଷ୍କର୍ମକାରୀ ଖସିଯିବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ସେମାନଙ୍କୁ ଏନକାଉଣ୍ଟର କରି ନିପାତ କରିଛି । ଆଉ ହାଇଦ୍ରାବାଦ ପୋଲିସର ଏହି ଏନକାଉଣ୍ଟରକୁ ବିରୋଧ କରିଛନ୍ତି ଖୋଦ ହାଇଦ୍ରାବାଦ ସାସଂଦ ।
ହାଇଦ୍ରାବାଦ ଏନକାଉଣ୍ଟରକୁ ହାଇଦ୍ରାବାଦ ସାସଂଦଙ୍କ ବିରୋଧ - ହାଇଦ୍ରାବାଦ ସାସଂଦ
ତେଲାଙ୍ଗାନା ପୋଲିସର ଏନକାଉଣ୍ଟରକୁ ବିରୋଧ କରିଛନ୍ତି ଖୋଦ ସ୍ଥାନୀୟ ସାସଂଦ ଆଶାଉଦ୍ଦିନ ଓୱେସୀ । ଗଣଦୁଷ୍କର୍ମକାରୀଙ୍କୁ ପୋଲିସ ସଜ୍ଜା ଦେବା ଆଇନର ବିରୋଧରେ ବୋଲି ସେ କହିଛନ୍ତି ।
Hyderabad MP
ଏଆଇଏମଆଇଏମ ମୁଖ୍ୟ ତଥା ସାସଂଦ ଆଶାଉଦ୍ଦିନ ଓୱେସୀ କହିଛନ୍ତି, ଏହି ଏନକାଉଣ୍ଟରକୁ ଦୃଢ ବିରୋଧ କରୁଛି । ପୋଲିସ ନ୍ୟାୟପାଳିକା ନୁହେଁ । ତେଣୁ ଆଇନକୁ ହାତକୁ ନେଇ ପୋଲିସ ଅଭିଯୁକ୍ତଙ୍କୁ ହତ୍ୟା କରିବା ଭାରତୀୟ ଦଣ୍ଡ ସଂହିତାର ବିରୋଧରେ । ଜାତୀୟ ମାନବଧିକାର କମିଶନ ମଧ୍ୟ ଏନକାଉଣ୍ଟରକୁ ନିନ୍ଦା କରିଥିବା କହିଛନ୍ତି ଓୱେସୀ ।