ଓଡିଶା

odisha

ETV Bharat / bharat

ସହିଦ ସନ୍ତୋଷ ବାବୁଙ୍କ ନାମରେ ନାମିତ ହେଲା ବାଘ ଶାବକ ନାଁ - ଲଦାଖର ଗଲୱାନ୍ ଉପତ୍ୟକା

ହାଇଦ୍ରାବାଦ ନେହେରୁ ପ୍ରାଣୀ ଉଦ୍ୟାନ (NZP) ରେ ଏକ ରୟାଲ ବେଙ୍ଗଲ ବାଘୁଣୀଠାରୁ ଜନ୍ମିତ ତିନୋଟି ଛୁଆ ମଧ୍ୟରୁ ଜଣଙ୍କର ନାମ ଲଦାଖରେ ଚୀନ୍ ସୈନ୍ୟଙ୍କ ସହ ହିଂସାତ୍ମକ ସଂଘର୍ଷରେ ପ୍ରାଣ ହରାଇଥିବା ସାହସୀ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନାମରେ ନାମିତ କରାଯାଇଛି । ଏନେଇ NZP କର୍ତ୍ତୃପକ୍ଷ ଏହା ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ...

ସହିଦଙ୍କ ନାମରେ ନାମିତ ହେଲା ବାଘ ଶାବକଙ୍କ ନାଁ
ସହିଦଙ୍କ ନାମରେ ନାମିତ ହେଲା ବାଘ ଶାବକଙ୍କ ନାଁ

By

Published : Aug 16, 2020, 12:08 PM IST

ହାଇଦ୍ରାବାଦ: ଜୁନ୍ 15 ରେ ଲଦାଖର ଗଲୱାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ହୋଇଥିବା ସଂଘର୍ଷରେ କର୍ଣ୍ଣେଲଙ୍କ ସମେତ 20 ଜଣ ସୈନ୍ୟ ସହିଦ ହୋଇଥିଲେ । ଶତ୍ରୁଙ୍କ ସହ ସଂଘର୍ଷ କରୁ କରୁ ଶହୀଦ ହୋଇଗଲେ ସିନା ଯବାନ, କିନ୍ତୁ ରଚିଦେଇଗଲେ ନୂଆ ପରିଚୟ । ସହିଦଙ୍କ ସମ୍ମାନ ପାଇଁ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନ (NZP)ର କର୍ତ୍ତୃପକ୍ଷ କରିଛନ୍ତି ଏକ ଭିନ୍ନ ଉଦ୍ୟମ । ନବଜାତ ବାଘ ଶାବକକୁ ସହିଦଙ୍କ ନାମରେ କଲେ ନାମିତ ।

ମିଳିଥିବା ସୂଚନା ଅନୁଯାୟୀ, ନେହେରୁ ପ୍ରାଣୀ ଉଦ୍ୟାନ (NZP) ରେ ଏକ ରୟାଲ ବେଙ୍ଗଲ ବାଘୁଣୀଠାରୁ ଜନ୍ମିତ ତିନୋଟି ଛୁଆ ମଧ୍ୟରୁ ଜଣଙ୍କର ନାମ ଲଦାଖରେ ଚୀନ୍ ସୈନ୍ୟଙ୍କ ସହ ହିଂସାତ୍ମକ ସଂଘର୍ଷରେ ପ୍ରାଣ ହରାଇଥିବା ସାହସୀ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନାମରେ ନାମିତ କରାଯାଇଛି । ଶନିବାର 74 ତମ ସ୍ୱାଧୀନତା ଦିବସ ପାଳନ ପାଇଁ NZP କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ଏବଂ ଅନ୍ୟ ଦୁଇଟି ଛୁଆର ନାମ 'ସୂର୍ଯ୍ୟ' ଏବଂ 'ସଂକଳ୍ପ' ରଖାଯାଇଛି । NZP ବିଶ୍ବର ସବୁଠାରୁ ସବୁଜ ତଥା ସର୍ବୋତ୍ତମ ପ୍ରାଣୀ ଉଦ୍ୟାନ ଭାବରେ ଜଣାଶୁଣା, ଯାହା ଅଧିକାରୀ ଏବଂ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି NZP କର୍ତ୍ତୃପକ୍ଷ ଏନ୍ କ୍ଷିତିଜା କହିଛନ୍ତି ।

ଏହି ସମୟରେ, ସନ୍ତୋଷ ବାବୁଙ୍କ ସ୍ତ୍ରୀ, ଶନିବାର ଦିନ ଡେପୁଟି କଲେକ୍ଟର ଭାବରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ। ସେ ତେଲେଙ୍ଗାନାର ମୁଖ୍ୟ ସଚିବ ସୋମେଶ କୁମାରଙ୍କୁ ଭେଟି ତାଙ୍କ ଯୋଗଦାନ ରିପୋର୍ଟ ଦାଖଲ କରିଥିଲେ। ତେଲେଙ୍ଗାନାର ସୂର୍ଯ୍ୟାପେଟର ସହିଦ କର୍ଣ୍ଣଲ୍ ସନ୍ତୋଷ ବାବୁ ୧୬ ତମ ବିହାର ରେଜିମେଣ୍ଟର କମାଣ୍ଡିଙ୍ଗ୍ ଅଫିସର୍ ଥିଲେ ।

ABOUT THE AUTHOR

...view details