ଓଡିଶା

odisha

ସରକାରୀ ଯୋଜନାର ଲାଭ ଉଠାଇବାକୁ ଯାଇ ଧରାପଡିଲା ରୋହିଙ୍ଗ୍ୟା ଶରଣାର୍ଥୀ

By

Published : Jul 30, 2020, 4:22 PM IST

ହାଇଦ୍ରାବାଦ କମିଶନରଙ୍କ ଟାସ୍କ ଫୋର୍ସ, ସାଉଥ ଜୋନ ହାଇଦ୍ରାବାଦ ଓ ମୋଗଲପୁରା ପୋଲିସ ଟିମ ମିଆଁମାରରୁ ଆସିଥିବା ଜଣେ ରୋହିଙ୍ଗ୍ୟା ଶରଣାର୍ଥୀ ମହମ୍ମଦ ଫାରୁକକୁ ଗିରଫ କରିଛି । ମହମ୍ମଦ ଫାରୁକ ଭାରତୀୟ ନାଗରିକ ଭାବରେ ପରଚୟ ପତ୍ର ରଖିବା ସହ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଉଥିବା କହିଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରୋହିଙ୍ଗ୍ୟା ଶରଣାର୍ଥୀ
ରୋହିଙ୍ଗ୍ୟା ଶରଣାର୍ଥୀ

ହାଇଦ୍ରାବାଦ: ଭାରତରେ ଚାଲିଛି ରୋହିଙ୍ଗ୍ୟା ରେଫ୍ୟୁଜିଙ୍କ ରାଜ୍ । ଭାରତୀୟ ନାଗରିକର ପରିଚୟ ଦେଇ ସରକାରୀ ଲାଭ ଉଠାଇବା ପାଇଁ କରୁଥିଲେ ଦାବି । ଏହି ଘଟଣା ଜାଣିବା ପରେ ହାଇଦ୍ରାବାଦ ପୋଲିସ ଗିରଫ କରିଛି ମିଆଁମାରରୁ ଆସିଥିବା ଜଣେ ରୋହିଙ୍ଗ୍ୟା ଶରଣାର୍ଥୀ ମହମ୍ମଦ ଫାରୁକକୁ।

ସୂଚନା ଅନୁସାରେ ହାଇଦ୍ରାବାଦ କମିଶନରଙ୍କ ଟାସ୍କ ଫୋର୍ସ, ସାଉଥ ଜୋନ ହାଇଦ୍ରାବାଦ ଓ ମୋଗଲପୁରା ପୋଲିସ ଟିମ ଏହି ରୋହିଙ୍ଗ୍ୟା ଶରଣାର୍ଥୀକୁ ଗିରଫ କରିଛି । ମହମ୍ମଦ ଫାରୁକ ଭାରତୀୟ ନାଗରିକ ଭାବରେ ପରଚୟ ପତ୍ର ରଖିବା ସହ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଉଥିବା କହିଛି ପୋଲିସ ।

ଫାରୁକ ପାଖରେ ନକଲି ଭୋଟର କାର୍ଡ, ଆଧାର କାର୍ଡ ଏବଂ ଅନ୍ୟାନ୍ୟ ଭାରତୀୟ ପରିଚୟ ପତ୍ର ଥିଲା । ଯାହାକୁ ନେଇ ସେ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଦାବି କରୁଆସୁଥିଲା । 2009 ମସିହାରେ ଅଭିଯୁକ୍ତ ଭାରତ ଆସିଥିଲା ଫାରୁକ । ସେ ଜମ୍ମୁ-କାଶ୍ମୀରରେ ପ୍ରାୟ ତିନି ବର୍ଷ ରହିବା ପରେ 2011 ମସିହାରେ ହାଇଦ୍ରାବାଦକୁ ଆସି ବସତି ଆରମ୍ଭ କରିଥିଲା ।

"2011 ରେ, ଫାରୁକ୍ ଭାରତୀୟ ନାଗରିକ ପ୍ରମାଣ ପାଇବା ପାଇଁ ସୟଦ କ୍ୱାଡେରୁଦ୍ଦିନ ମେ ସେବା ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ ଯାଇଥିଲା । ସୟଦ କ୍ୱାଡେରୁଦ୍ଦିନ ଫାରୁକର ବ୍ୟକ୍ତିଗତ ବିବରଣୀ ଏବଂ ମୂଳ ଜାତୀୟତାକୁ ଦମନ କରି ଅତିରିକ୍ତ ଶୁଳ୍କ ସଂଗ୍ରହ କରି ବେଆଇନ ଭାବେ ଭାରତୀୟ ପ୍ରମାଣପତ୍ର ବ୍ୟବସ୍ଥା କରିଥିଲେ। " ଘଟଣା ସମ୍ପର୍କରେ ହୋଇଦ୍ରାବାଦ ପୋଲିସ ଜାଣିବା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜବତ ସାମଗ୍ରୀକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୋଗଲପୁରା ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଛି ।

ABOUT THE AUTHOR

...view details