ଓଡିଶା

odisha

ETV Bharat / bharat

ମୋବାଇଲ ଟ୍ରାକ କରି ଲୁଟେରାଙ୍କ ପାଖରେ ପହଁଞ୍ଚିଲା ପୋଲିସ, 4 ଗିରଫ - HYDERABAD POLICE

ହାଇଦ୍ରାବାଦର ବଞ୍ଜାରା ହି୍ଲସ ପୋଲିସ 1 କୋଟି ଟଙ୍କାର ବିଭିନ୍ନ ସୁନା ଅଳଙ୍କାର ଜବତ କରିବା ସହ 4ଜଣଙ୍କୁ ଗିରଫ କରିଛି। ଅଧିକ ଖବର ପଢନ୍ତୁ...

ଏକ କୋଟି ଟଙ୍କାର ସୁନା ଜବତ କରିବା ସହ 4 ଜଣଙ୍କୁ ଗିରଫ କଲା ହାଇଦ୍ରାବାଦ ପୋଲିସ
ଏକ କୋଟି ଟଙ୍କାର ସୁନା ଜବତ କରିବା ସହ 4 ଜଣଙ୍କୁ ଗିରଫ କଲା ହାଇଦ୍ରାବାଦ ପୋଲିସ

By

Published : Oct 23, 2020, 6:19 AM IST

ହାଇଦ୍ରାବାଦ: ହାଇଦ୍ରାବାଦ ବଞ୍ଜାରା ହିଲ୍ସ ପୋଲିସ 1 କୋଟି ଟଙ୍କାର ବିଭିନ୍ନ ସୁନା ଅଳଙ୍କାର ଜବତ କରିଛି । ଏହା ସହ ଏହି ସୁନା ଚାଲାଣରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ ମଧ୍ୟ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମାନେ କର୍ଣୁଲ ଜିଲ୍ଲାର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ସୁନା ବ୍ୟାଗରେ ଥିବା ଏକ ମୋବାଇଲ ଫୋନକୁ ଟ୍ରାକ କରି ଅଭିଯୁକ୍ତ ମାନଙ୍କ ପାଖରେ ପହଞ୍ଚି ପାରିଥିବା ପୋଲିସ କହିଛି । ପୋଲିସ ଟ୍ରାକ କରୁଥିବା ଫୋନଟି ସୁଇଚ ଅଫ କରାଯାଇ ସୁନା ଚାଲାଣ ହେଉଥିବା ବ୍ୟାଗରେ ରଖା ଯାଇଥିଲା ।

ଗତ 10 ତାରିଖରେ ଅଜୟ କୁମାର ଅଗ୍ରଓ୍ବାଲ ନାମକ ଜଣେ ସୁନା ବ୍ୟବସାୟୀ ତାଙ୍କର ଏକ ସୁନା ଭର୍ତ୍ତି ବ୍ୟାଗ ରାସ୍ତାରୁ ଚୋରୀ ହୋଇଥିବା ଦର୍ଶାଇ ଥାନାରେ ଏତଲା ଦେଇଥିଲେ । ଗତ 9 ତାରିଖ ସନ୍ଧ୍ୟାରେ ସେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନର ସେଲ୍ସ ଏକ୍ସକ୍ୟୁଟିଭ ପ୍ରଦିପ ଏକ ବାଇକ ଯୋଗେ ଗହଣା ବ୍ୟାଗ ଧରି ତାଙ୍କ ଜୁଏଲାରୀକୁ ଫେରୁଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଦୁର୍ଘଟଣାର ସମ୍ମୁଖିନ ହୋଇ ଗହଣା ଭର୍ତ୍ତି ବ୍ୟାଗ ଟିକୁ ହଜାଇଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି ।

ସେ ଏତଲାରେ ତାଙ୍କ ମ୍ୟାନେଜରଙ୍କ ମୋବାଇଲ ମଧ୍ୟ ଉକ୍ତ ଗହଣା ଭର୍ତ୍ତି ବ୍ୟାଗରେ ରହିଯାଇଥିବା ସେ ଉଲ୍ଲେଖ କରିଥିଲେ । ଫଳରେ ସେହି ମୋବାଇଲର ଲୋକେସନକୁ ଠାବ କରିବାକୁ ଯାଇ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା ପୋଲିସ । ଅଭିଯୁକ୍ତଙ୍କ ଠାରୁ ସମସ୍ତ ଗହଣା ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details