ଓଡିଶା

odisha

ETV Bharat / bharat

ନୂଆବର୍ଷକୁ ନେଇ ହାଇଦ୍ରାବାଦ ପୋଲିସର ଆଡଭାଇଜରୀ

ଆଉ ଦିନ କେଇଟା ପରେ 2019 ବର୍ଷ ବିଦାୟ ନେଇ ନୂଆ ସକାଳ ନେଇ ଆସିବ ବର୍ଷ 2020 । ଜିରୋ ନାଇଟ ସେଲିବ୍ରେସନ ସମୟରେ ଯେପରି କୌଣସି ଅଘଟଣ ନଘଟେ ସେନେଇ ହାଇଦ୍ରାବାଦ ପୋଲିସ ଜାରି କରିଛି ଆଡଭାଇଜରୀ । ଅଧିକ ଖବର ପଢନ୍ତୁ...

ନୂଆବର୍ଷକୁ ନେଇ ହାଇଦ୍ରାବାଦ ପୋଲିସର ଆଡଭାଇଜରୀ
ନୂଆବର୍ଷକୁ ନେଇ ହାଇଦ୍ରାବାଦ ପୋଲିସର ଆଡଭାଇଜରୀ

By

Published : Dec 23, 2019, 10:18 AM IST

ହାଇଦ୍ରାବାଦ: ଆଉ ଦିନ କେଇଟା ପରେ 2019 ବର୍ଷ ବିଦାୟ ନେଇ ନୂଆ ସକାଳ ନେଇ ଆସିବ ବର୍ଷ 2020 । ତେବେ ନୂଆବର୍ଷକୁ ସ୍ବାଗତ କରିବାକୁ ସବୁ ସ୍ତରରେ ପ୍ରସ୍ତୁତି ଦେଖିବାକୁ ମିଳିଲାଣି । ବିଶେଷ କରି ଜିରୋ ନାଇଟ ସେଲିବ୍ରେସନ କରିବାକୁ ପ୍ରତି ଯାଗାରେ ଦେଖିବାକୁ ମିଳିଲାଣି ଚଞ୍ଚଳତା । ତାରକା ହୋଟେଲ, ପବ୍ ଓ କ୍ଲବ ମାନଙ୍କରେ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

ମାତ୍ର ଜିରୋ ନାଇଟ ସେଲିବ୍ରେସନ ସମୟରେ ଯେପରି କୌଣସି ଅଘଟଣ ନଘଟେ ସେନେଇ ହାଇଦ୍ରାବାଦ ପୋଲିସ ଜାରି କରିଛି ଆଡଭାଇଜରୀ । ଡିସେମ୍ବର 31 ଓ ଜାନୁଆରୀ 1 କୁ ନେଇ ପୋଲିସ ସତର୍କତା ମୂଳକ ପଦକ୍ଷେପ ନେଇଛି । ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାର ଏନେଇ ଏକ ବାର୍ତ୍ତା ଦେଇଛନ୍ତି ।

ଯେଉଁ ଅର୍ଗାନାଇଜେସନ ମାନେ ନୂଆବର୍ଷ ପାଳନ ପାଇଁ ପ୍ରସ୍ତୁତି କରିଛନ୍ତି ପ୍ରଥେମ ଶବ୍ଦ ଉପରେ ସଚେତନ ହେବାକୁ ସେ କହିଛନ୍ତି । 45 ଡେସିବେଲ ମଧ୍ୟରେ ସାଉଣ୍ଡର ମାତ୍ରା ରଖିବା ସହ ସିସିଟିଭି ଓ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା ନେଇ କହିଛନ୍ତି ପୋଲିସ କମିଶନର ।

ଅନ୍ୟପଟେ ମଦ୍ୟପାନ କରିଥିବା ଯେକୌଣସି ବ୍ୟକ୍ତିଙ୍କୁ କିପରି ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବେ ସେନେଇ ମଧ୍ୟ ଧ୍ୟାନ ଦେବାକୁ ପୋଲିସ କମିଶନର କହିଛନ୍ତି ।

ABOUT THE AUTHOR

...view details