ହାଇଦ୍ରାବାଦ୍: ରାସ୍ତା ଘାଟ ଖାଁ ଖାଁ। ଯେଉଁଠି ସବୁବେଳେ ଗାଡି ମଟରର କେଁ କାଁ ଶଦ୍ଧ ଶୁଭୁଥିଲା ଆଜି ସେଠି ପଶୁପକ୍ଷୀଙ୍କ ବିଚରଣ ସ୍ଥାନ। କାର୍ କି ବାଇକର ଆଉ ଜାମ ନାହିଁ। କାରଣ ଦେଶ ସାରା ଏବେ ଲକଡାଉନ। ଏହି ସମୟରେ ରାସ୍ତାରେ ଗଡୁଛି କୋରୋନା କାର୍। ଯେଉଁ ମହାମାରୀ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କୁ ମାଡୁଥିଲା ଏବେ ତାହା ରାସ୍ତାରେ ଗଡି ଗଡି ସଚେତନ କରାଇବ।
ବିଂଶ ଶତାଦ୍ଦୀର ଆଧୁନିକ ମଣିଷ। ଏଠି ସ୍ବପ୍ନ କମ ବାସ୍ତବତା ଅଧିକ। ମଣିଷ ଯାହା କିଛି ଚାହୁଁଛି ତାହାକୁ ହାତ ପାହାନ୍ତାରେ ପାଇ ପାରୁଛି। ହେଲେ ଏତେ ସବୁ ପରେ ଦୁନିଆର ବୁଦ୍ଧିମାନ ପ୍ରାଣୀ ଭାବେ ପରିଗଣିତ ଏହି ମଣିଷ କେବେ ଭାଇରସର ଗୁଲାମ ହୋଇ ରହିବ ତାହା କେହି ଭାବି ନଥିଲେ। ଯାହା ନାଁ ହେଉଛି କାଳ ରୂପୀ କୋରୋନା। ହଠାତ୍ ଅଦିନିଆ ଝଡ ପରି ମାଡିଆସିଲା ଯେ ସମସ୍ତେ ଏବେ ତାର କବଳରେ।
ତେବେ ହାଇଦ୍ରାବାଦ ରାସ୍ତାରେ ଗଡୁଛି ଏବେ କୋରୋନା କାର୍। ଏହାକୁ ସ୍ଥାନୀୟ ସ୍ଥାନୀୟ କାର୍ ସଂଗ୍ରହାଳୟ ମାଲିକ ନିର୍ମାଣ କରିଛନ୍ତି। ଏହାସହ କୋରୋନା ଭାଇରସ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାକୁ ସେ ଏହାକୁ ନିର୍ମାଣ କରିଛନ୍ତି।
ସୁଧା କାର ସଂଗ୍ରହାଳୟର ମାଲିକ ସୁଧାକର କହିଛନ୍ତି: "ଏଥିରେ 100ସିସି ଇଞ୍ଜିନ୍ ଅଛି। ଏହା ଏକ ଚାରି ଚକିଆ ସିଙ୍ଗଲ୍ ସିଟ୍ କାର୍। ଏହା ଆରାମରେ 40 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ମଡେଲ୍ ପ୍ରସ୍ତୁତ କରିବାକୁ ଆମକୁ ଦଶ ଦିନ ଲାଗିଗଲା। ମୁଁ ଆଶା କରେ ଆମର ଏ ପ୍ରୟାସ ଲୋକଙ୍କ ପାଖରେ ପହଞ୍ଚିବ ଓ ଲୋକେ ଘରେ ରହିବେ । "
ଏହାପୂର୍ବରୁ ବ୍ୟକ୍ତି ଜଣକ ଏଡ୍ସ, ହେଲମେଟ ଆକୃତିର କାର, ମୁଣ୍ଡ ସୁରକ୍ଷା ପାଇଁ ହେଲମେଟ ଆକୃତିର କାର, ଲୋକଙ୍କୁ ଅଭ୍ୟାସ ଛାଡିବା ପାଇଁ ସିଗାରେଟ ଆକୃତିର ବାଇକ ତିଆରି କରିଥିଲେ। ବର୍ତ୍ତମାନ ସେ କୋରୋନା ଭାଇରସ ଆକୃତିର କାର ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି।