ଓଡିଶା

odisha

ETV Bharat / bharat

19,022ଟି ଗଣେଷ ମୂର୍ତ୍ତି ସଂଗ୍ରହ କରିଥିବା ପାବସେଠୀ ଶେଖର - ଲିମକା ବୁକ୍ ଏଫ୍  ଇଣ୍ଡାଆନ୍ ରେକର୍ଡ

ଭିନ୍ନ ଭିନ୍ନ ମଣିଷଙ୍କର ଭିନ୍ନ ଭିନ୍ନ ସୌକ୍ ରହିଥାଏ । ଆଉ ଏହି ସୌକି ହିଁ ସେମାନଙ୍କୁ କରାଇଥାଏ ଅନ୍ୟଙ୍କଠାରୁ ଅଲଗା । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ହାଇଦ୍ରାବାଦର ବାସିନ୍ଦା ପାବସେଠୀ ଶେଖର । ସେ ଏପର୍ଯ୍ୟନ୍ତ ବିଶ୍ବରୁ ମୋଟ 19,022ଟି ଗଣେଷ ମୂର୍ତ୍ତି ସଂଗ୍ରହ କରିଥିବା କହିଛନ୍ତି ।

ଫାଇଲ ଫଟୋ

By

Published : Sep 9, 2019, 4:58 AM IST

ହାଇଦ୍ରାବାଦ: ଭିନ୍ନ ଭିନ୍ନ ମଣିଷଙ୍କର ଭିନ୍ନ ଭିନ୍ନ ସୌକ ରହିଥାଏ । ଏହି ଭିନ୍ନ ଭିନ୍ନ ସୌକ୍ ହିଁ ସେମାନଙ୍କୁ ଅନ୍ୟମାନଙ୍କଠାରୁ ନିଆରା କରାଇଥାଇ । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ହାଇଦ୍ରାବାଦର ବାସିନ୍ଦା ପାବସେଠୀ ଶେଖର । ସେ ଏବେ ପର୍ଯ୍ୟନ୍ତ ବିଶ୍ବରୁ ମୋଟ 19,022ଟି ଗଣେଷ ମୂର୍ତ୍ତି ସଂଗ୍ରହ କରିଥିବା କହିଛନ୍ତି । ଏଥିସହ ତାଙ୍କ ପାଖରେ 20,426ଟି ଫଟୋ, 1098 ପୋଷ୍ଟର ଏବଂ 200 ଗଣେଷ ଚାବି ରିଙ୍ଗ ଓ 201ଟି ଅଡିଓ/ଭିଡିଓ ଗଣେଷଙ୍କ କ୍ୟାସେଟ୍ ରଖିଥିବା କହିଛନ୍ତି ।

ତେବେ ଗଶେଷ ମୂର୍ତ୍ତି ସଂଗ୍ରହ କରିବା ପାଇଁ ପାବସେଠୀଙ୍କର ଛୋଟବେଳୁ ଇଚ୍ଛାଥିଲା । ଏନେଇ ସେ କହିଛନ୍ତି ଛୋଟ ବେଳେ ତାଙ୍କ ବାପା ମାଆଙ୍କ ସହ ଶିରିଡି ମନ୍ଦିର ଯାଇଥିଲେ । ଯେଉଁଠୁ ସେ ଏକ ଗଣେଷ ମୂର୍ତ୍ତି ଆଣିଥିଲେ । ସେହିଦିନ ଠାରୁ ସେ ଗଣେଷ ମୂର୍ତ୍ତି ସଂଗ୍ରହ କରିଆସୁଛନ୍ତି ।

ତେବେ ସେ ଭାରତ, ଆମେରିକା, ଜାପାନ, ଚାଇନା, ଆଫଗାନସ୍ତାନ, ସିଙ୍ଗାପୁର ଭଳି ବହୁ ଦେଶରୁ ଏହି ସବୁ ଗଣେଷ ମୂର୍ତ୍ତି ସଂଗ୍ରହ କରିଛନ୍ତି । ଏଥିସହ ସେ କହିଛନ୍ତି, ସେ ସଂଗ୍ରହ କରିଥିବା ମୂର୍ତ୍ତିମାନଙ୍କ ମଧ୍ୟରେ ସୂନା, ରୂପା, କଂସା, ଚନ୍ଦନର ମୂର୍ତ୍ତି ମଧ୍ୟ ରହିଛି ।

ତେବେ ପାବସେଠୀ ଶେଖରଙ୍କ ଏହି ନିଆରା ଇଚ୍ଛା ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଟେମ୍ପୁଲ ଫାଇନ ଆର୍ଟର ଆୱାର୍ଡ ମଧ୍ୟ ମିଳିସାରିଛି । ଏଥିସହ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡ, ଲିମକା ବୁକ୍ ଏଫ୍ ଇଣ୍ଡିଆନ୍ ରେକର୍ଡର ଆୱାର୍ଡ ମଧ୍ୟ ଜିତିଛନ୍ତି ।

ABOUT THE AUTHOR

...view details