ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ-ହତ୍ୟା ଘଟଣା ରାତିର ସେହି 6 ଘଣ୍ଟା... - ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣା

କ୍ରୋଧରେ ଜଳୁଛି ହାଇଦ୍ରାବାଦ । ପ୍ରଥମେ ମଦ୍ୟପାନ କରାଇ ଦୁଷ୍କର୍ମ ଓ ପରେ 27 କିଲୋମିଟର ଦୂର ନେଇ ଜୀବିତ ଜଳାଯିବା । ସବୁକିଛି ଘଟିଥିଲା 27 ନଭେମ୍ବର ରାତିର ସେହି 6 ଘଣ୍ଟା ଭିତରେ । ଅଧିକ ପଢନ୍ତୁ...

ହାଇଦ୍ରାବାଦ ଗଣ ଦୁଷ୍କର୍ମ
ଡିଜାଇନ ଫଟୋ

By

Published : Dec 1, 2019, 9:26 PM IST

Updated : Dec 4, 2019, 4:30 PM IST

ହାଇଦ୍ରାବାଦ: ପ୍ରାଣୀଧନ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ପରେ ମୃତଦେହକୁ ଜାଳିବା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ମାହୋଲ ରହିଛି। ବିଭିନ୍ନ ଉପାୟରେ ଲୋକେ ବିରୋଧ ପ୍ରଦର୍ଶନ କରୁଛନ୍ତି। କେଉଁଠି ମହମବତୀ ଶୋଭାଯାତ୍ରା ତ ଆଉ କେଉଁଠି ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ମହିଳା ସୁରକ୍ଷାକୁ ନେଇ ସବୁଆଡେ ବିରୋଧର ସ୍ବର ଶୁଣିବାକୁ ମିଛିଛି। ଲୋକଙ୍କ ମନରେ ଜଳୁଥିବା କ୍ରୋଧର ଅଗ୍ନିଠାରୁ ଅନେକ ଆହୁରି ଲୋମହର୍ଷଣକାରୀ ଥିଲା ଏ ଘଟଣା ଘଟିବା ରାତିର ସେହି 6 ଘଣ୍ଟା ସମୟ।

ଫାଇଲ ଫଟୋ

ପ୍ରଥମେ ମଦ୍ୟପାନ କରାଇ ଦୁଷ୍କର୍ମ ଓ ପରେ 27 କିଲୋମିଟର ଦୂର ନେଇ ଜୀବିତ ଜଳାଯିବା । କିଛି ଏପରି ଥିଲା 27 ନଭେମ୍ବର କଳା ରାତିର ସେହି ଭୟାନକ ଘଟଣା। ଯାହାକି ଆଜି ଦେଶର ମୁଣ୍ଡକୁ ଲଜ୍ଜାରେ ନୂଆଇଁ ଦେଇଛି । ପୋଲିସର ସୂଚନା ପରେ ଏ ଘଟଣା ସହ ଜଡିତ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ଫାଇଲ ଫଟୋ

27 ନଭେମ୍ବର ରାତିରେ ପ୍ରାଣୀଧନ ଚିକିତ୍ସକଙ୍କୁ ଟ୍ରକ ଡ୍ରାଇଭର ସହ ଅନ୍ୟ ତିନି ଜଣ ଅପହରଣ କରିଥିଲେ। ଅଭିଯୁକ୍ତ ପୀଡିତାଙ୍କୁ ନିର୍ଜନ ସ୍ଥାନକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତାଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ମୁହଁ ଓ ନାକ ଦବାଇ ପୀଡିତାଙ୍କୁ ଶ୍ବାସରୁଦ୍ଧ କରିବା ସହ ହତ୍ୟା କରିଥିଲା । ଏହାପରେ ମୃତଦେହକୁ 27 କିଲୋମିଟର ଦୂର ନେଇଯାଇ ପେଟ୍ରୋଲ ପକାଇ ଜଳାଇ ଦେଇଥିଲେ । ଚାରି ଜଣ ଅଭିଯୁକ୍ତ ଜଣେ ଟ୍ରକ ଡ୍ରାଇଭର ଥିବା ବେଳେ ଅନ୍ୟ ତିନି ଜଣ କ୍ଲିନର ବୋଲି ଜଣା ପଡିଛି। ଅଭିଯୁକ୍ତଙ୍କ ମଧ୍ୟରୁ କିଏ 18 ବର୍ଷର କିଏ 20, ତ ଆଉ କିଏ 22 ବର୍ଷର।

ଫାଇଲ ଫଟୋ

ଏ ସମସ୍ତ ଘଟଣା 27 ନଭେମ୍ବର ରାତି 10ଟାରୁ ଭୋର 4ଟା ମଧ୍ୟରେ ଘଟିଥିବା ପୋଲିସ ରିମାଣ୍ଡ କପିରୁ ଜଣାପଡିଛି । ଗିରଫ ହୋଇଥିବା 4 ଅଭଯୁକ୍ତଙ୍କୁ 14 ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଯାଇଛି । ମାମଲାର ଶୁଣାଣି ଏବେ ଫାଷ୍ଟ ଟ୍ରାକ କୋର୍ଟରେ ହେବ।

Last Updated : Dec 4, 2019, 4:30 PM IST

ABOUT THE AUTHOR

...view details