ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସୁରକ୍ଷିତ ଯାତ୍ରା ପାଇଁ ACI ସ୍ୱାସ୍ଥ୍ୟ ମାନ୍ୟତା - safe travel

କୋରୋନା ମହାମାରୀ ମଧ୍ୟରେ ଜିଏମଆର ନେତୃତ୍ୱାଧୀନ ହାଇଦ୍ରାବାଦ ଆନ୍ତର୍ଜାତୀୟ ବିମାନବନ୍ଦର ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ବିମାନବନ୍ଦର ସ୍ୱାସ୍ଥ୍ୟ ସ୍ୱୀକୃତି (ଏଏଚଏ) ପାଇବାରେ ସଫଳ ହୋଇଛି।

ସ୍ୱାସ୍ଥ୍ୟ ସ୍ୱୀକୃତି ପ୍ରାପ୍ତ କଲା ହାଇଦ୍ରାବାଦ ଇଣ୍ଟରନ୍ୟାସନାଲ  ବିମାନବନ୍ଦର
ସ୍ୱାସ୍ଥ୍ୟ ସ୍ୱୀକୃତି ପ୍ରାପ୍ତ କଲା ହାଇଦ୍ରାବାଦ ଇଣ୍ଟରନ୍ୟାସନାଲ ବିମାନବନ୍ଦର

By

Published : Sep 20, 2020, 1:20 PM IST

ହାଇଦ୍ରାବାଦ: କୋରୋନା ମହାମାରୀ ମଧ୍ୟରେ ଜିଏମଆର ନେତୃତ୍ୱାଧୀନ ହାଇଦ୍ରାବାଦ ଆନ୍ତର୍ଜାତୀୟ ବିମାନବନ୍ଦର ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ବିମାନବନ୍ଦର ସ୍ୱାସ୍ଥ୍ୟ ସ୍ୱୀକୃତି (ଏଏଚଏ) ପାଇବାରେ ସଫଳ ହୋଇଛି।

ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏସିଆ ମହାଦେଶରେ ପ୍ରଥମ ବିମାନବନ୍ଦର ମଧ୍ୟରେ ହାଇଦ୍ରାବାଦ ଏହି ମାନ୍ୟତା ପାଇଛି। ତେବେ

ଏସିଆଇ ମୂଲ୍ୟାଙ୍କନ ସମସ୍ତ ଟର୍ମିନାଲ କ୍ଷେତ୍ରଗୁଡିକରେ ଯାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ଜିଏମଆର ହାଇଦ୍ରାବାଦ ବିମାନବନ୍ଦର ଦ୍ୱାରା କରାଯାଇଥିବା ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ବ୍ୟବସ୍ଥା କରିଛନ୍ତି । ଯେଉଁଥିରେ ପ୍ରସ୍ଥାନ, ଆଗମନ, ପରିବହନ ସେବା, ଖାଦ୍ୟ, ପାନୀୟ ସେବା, ଏସ୍କିଲେଟର ଏବଂ ଲିଫ୍ଟ, ଲାଉଞ୍ଜ ଆଦି ଅନ୍ତର୍ଭୁକ୍ତ ହୋଇଛି। ।

ତେବେ ବିମାନବନ୍ଦରରେ କ୍ରମାଗତ ଭାବରେ ଯାତ୍ରୀଙ୍କ ଯାତାୟାତରେ ବୃଦ୍ଧି ପାଉଛି ।ଗତ ଅଗଷ୍ଟ ମାସରେ ବିମାନବନ୍ଦରରେ ପ୍ରତିଦିନ ପାଖାପାଖି 16,000 ରୁ ଅଧିକ ଘରୋଇ ଯାତ୍ରୀ ଏବଂ 170ରୁ ଅଧିକ ଘରୋଇ ବିମାନ ଚଳାଚଳ କରିଥିଲା ବୋଲି ବିଜ୍ଞପ୍ତିରେ ପ୍ରକାଶ ।

ଜିଏମଆର ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ ସିଇଓ ପ୍ରଦିପ ପାନିକର କହିଛନ୍ତି ଯେ, ଏହି ସଙ୍କଟ ସମୟରେ ହାଇଦ୍ରାବାଦ ଆନ୍ତର୍ଜାତୀୟ ବିମାନବନ୍ଦର ଅତ୍ୟାଧୁନିକ ସରକାରୀ ନିୟମାବଳୀକୁ ପାଳନ କରିଆସୁଛି।

ABOUT THE AUTHOR

...view details