ଓଡିଶା

odisha

ETV Bharat / bharat

ସିସିଟିଭି କ୍ୟାମେରା ବ୍ୟବହାର ଦୃଷ୍ଟିରୁ ହାଇଦ୍ରାବାଦ ବିଶ୍ବର 16ତମ ସହର

ସିସିଟିଭି କ୍ୟାମେରା ବ୍ୟବହାର ଦୃଷ୍ଟିରୁ ହାଇଦ୍ରାବାଦ ବିଶ୍ବର 150 ସହର ମଧ୍ୟରୁ 16ତମ ସ୍ଥାନରେ ରହିଛି । କ୍ୟାମ୍ପାରିଟେକ୍ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି।

By

Published : Jul 25, 2020, 3:39 PM IST

CC CAMERAS
ସିସିଟିଭି କ୍ୟାମେରା ବ୍ୟବହାର ଦୃଷ୍ଟିରୁ ହାଇଦ୍ରାବାଦ ବିଶ୍ବର 18ତମ ସହର

ହାଇଦ୍ରାବାଦ: ସିସିଟିଭି କ୍ୟାମେରା ବ୍ୟବହାର ଦୃଷ୍ଟିରୁ ହାଇଦ୍ରାବାଦ ବିଶ୍ବର 150 ସହର ମଧ୍ୟରୁ 16ତମ ସ୍ଥାନରେ ରହିଛି । କ୍ୟାମ୍ପାରିଟେକ୍ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି। ଯାହାକି ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ (ଭିପିଏନ୍), ବୈଷୟିକ ବ୍ୟବହାରରେ ଲଣ୍ଡନରୁ କାର୍ଯ୍ୟ କରିଥାଏ ।

କ୍ଲୋଜ୍ଡ ସର୍କିଟ ଟେଲିଭିଜନ (ସିସିଟିଭି) କ୍ୟାମେରା ବ୍ୟବହାରରେ ହାଇଦ୍ରାବାଦ ଏହି ମାନ୍ୟତା ପାଇଛି । ଯାହା ଅପରାଧ ନିୟନ୍ତ୍ରଣ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ବିଶ୍ବର 150ଟି ସହର ମଧ୍ୟରେ ହାଇଦ୍ରାବାଦ 16ତମ ସ୍ଥାନରେ ରହିଛି ।

ସୂଚନା ଅନୁଯାୟୀ, ହାଇଦ୍ରାବାଦ ହେଉଛି ଏକମାତ୍ର ସହର ଯିଏକି ବିଶ୍ୱର ପ୍ରଥମ 20ଟି ସହର ମଧ୍ୟରେ ସ୍ଥାନ ପାଇଛି । ଏହି କ୍ରମରେ ଚେନ୍ନାଇ ଏବଂ ଦିଲ୍ଲୀ ଟପ-50 ସ୍ଥାନରେ ରହିଛନ୍ତି ।

ସିସିଟିଭି କ୍ୟାମେରା ବ୍ୟବହାର ଦୃଷ୍ଟିରୁ ହାଇଦ୍ରାବାଦ ବିଶ୍ବର 18ତମ ସହର

ଏହି ଅଧ୍ୟୟନରୁ ଜଣାପଡିଛି ଯେ, ହାଇଦ୍ରାବାଦ ଏକ ହଜାରେ ଜନସଂଖ୍ୟା ଅଞ୍ଚଳ ପାଇଁ କ୍ୟାମେରା ସଂଖ୍ୟାକୁ ଧ୍ୟାନରେ ରଖିଥିଲେ । ଏହି ଲିଷ୍ଟରେ ଚାଇନାର ତାଇୱାନ ପ୍ରଥମ ସ୍ଥାନରେ ରହିଛି । ସେଠାରେ 4.65 କ୍ୟାମେରା ବ୍ୟବହାର ହୋଇଛି । ଉକ୍ତ ସହରର ଜନସଂଖ୍ୟା 38.91 ଲକ୍ଷ ହୋଇଥିବାବେଳେ ପ୍ରତ୍ୟେକ ହଜାର ଜନସଂଖ୍ୟା ପାଇଁ 119.57 କ୍ୟାମେରା ବ୍ୟବହାର ହୋଇଛି ।

ହାଇଦ୍ରାବାଦରେ 3.00 ଲକ୍ଷ କ୍ୟାମେରା ଅଛି । ହାଇଦ୍ରାବାଦର ଜନସଂଖ୍ୟା 1,00,04,144 ହୋଇଥିବାବେଳେ ସେମାନେ ପ୍ରତ୍ୟେକ ହଜାର ଲୋକଙ୍କ ପାଇଁ 29.99 କ୍ୟାମେରା ବ୍ୟବହାର କରିଛନ୍ତି ।

ଟପ-50ର 21ତମ ସ୍ଥାନରେ ଥିବା ଚେନ୍ନାଇରେ 1.09 କୋଟି ଜନସଂଖ୍ୟାଙ୍କ ପାଇଁ 2.8 ଲକ୍ଷ କ୍ୟାମେରା ଲଗାଯାଇଛି । ଏହାର ଅର୍ଥ ପ୍ରତ୍ୟେକ ହଜାର ଲୋକଙ୍କ ପାଇଁ 25.52 କ୍ୟାମେରା ବ୍ୟବହାର ହୋଇଛି । ସେହିପରି 33ତମ ସ୍ଥାନରେ ଥିବା ଜାତୀୟ ରାଜଧାନୀ ଦିଲ୍ଲୀରେ 3.02 କୋଟି ଜନସଂଖ୍ୟା ପାଇଁ ହାରାହାରି 14.18 ରେ 4.29 ଲକ୍ଷ କ୍ୟାମେରା ଲାଗିଛି ।

ଏହାଛଡା ବିଶ୍ବର ମେଟ୍ରୋ ମଧ୍ୟରେ ନବମ ସ୍ଥାନରେ ଥିବା ମୁମ୍ବାଇ ନିଜର 2.04 କୋଟି ଜନସଂଖ୍ୟା ପାଇଁ ମୋଟ 9,800 କ୍ୟାମେରା ବ୍ୟବହାର କରିଛି । ଅର୍ଥାତ୍ ପ୍ରତ୍ୟେକ ହଜାରେ ଲୋକଙ୍କ ପାଇଁ ହାରାହାରି 0.48 କ୍ୟାମେରା ବ୍ୟବହାର କରିଛି । ଜନସଂଖ୍ୟା ଦୃଷ୍ଟିରୁ 15ତମ ସ୍ଥାନରେ ଥିବା କୋଲକାତା ହାରାହାରି 0.98 କୋଟି ଜନସଂଖ୍ୟା ପାଇଁ 13,800 କ୍ୟାମେରା ବ୍ୟବହାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details