ଓଡିଶା

odisha

ETV Bharat / bharat

4 ମାସରେ 30 ହଜାର ମାସ୍କ ଓ 6 ହଜାର ପିପିଇ କିଟ୍ ତିଆରି କରିଛନ୍ତି 14 ମହିଳା - Hyderabad GMRV Foundation women make 30,000 masks

ହାଇଦ୍ରାବାଦର ଜିଏମଆର ଭାରାଲକ୍ଷ୍ମୀ ଫାଉଣ୍ଡେସନ (ଜିଏମଆରଭିଏଫ) କେନ୍ଦ୍ରରେ 14 ଜଣ ମହିଳା ମିଶି ଗତ ଚାରିମାସ ମଧ୍ୟରେ 30,000 ରୁ ଅଧିକ ମାସ୍କ ଏବଂ 6,000 ପିପିଇ କିଟ୍ ତିଆରି କରିବାରେ ସଫଳ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

4 ମାସରେ 30 ହଜାର ମାସ୍କ
4 ମାସରେ 30 ହଜାର ମାସ୍କ

By

Published : Aug 27, 2020, 6:21 AM IST

ହାଇଦ୍ରାବାଦ: ତେଲେଙ୍ଗାନାସ୍ଥିତ ହାଇଦ୍ରାବାଦର ଜିଏମଆର ଭାରାଲକ୍ଷ୍ମୀ ଫାଉଣ୍ଡେସନ (ଜିଏମଆରଭିଏଫ) କେନ୍ଦ୍ରରେ 14 ଜଣ ମହିଳା ମିଶି ଗତ ଚାରିମାସ ଧରି ମାସ୍କ ଏବଂ ପିପିଏ କିଟ୍ ତିଆରି କରୁଛନ୍ତି । ବର୍ତ୍ତମାନ ସେମାନେ 30,000 ରୁ ଅଧିକ ମାସ୍କ ଏବଂ 6,000 ପିପିଇ କିଟ୍ ତିଆରି କରିବାରେ ସଫଳ ହୋଇଛନ୍ତି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ପ୍ରକଳ୍ପ GMRVF ମହିଳାମାନଙ୍କୁ କୋଭିଡ ବିରୋଧରେ ଲଢେଇରେ ସହଯୋଗ କରିବାକୁ ଏକ ସୁଯୋଗ ପ୍ରଦାନ କରୁଥିବାବେଳେ ଏହା ଲକ୍-ଡାଉନ୍ ଏବଂ କୋଭିଡ ଦ୍ବାରା ଆର୍ଥିକ ଅବନତି ସମୟରେ ମଧ୍ୟ ସେମାନଙ୍କ ପରିବାର ପାଇଁ କିଛି ରୋଜଗାର କରିବାରେ ସାହାଯ୍ୟ କରୁଛି ।

"ଆମେ ଗର୍ବିତ ଅନୁଭବ କରୁଛୁ ଯେ GMRVF ର କୁଶଳୀ ମହିଳାମାନେ ପିପିଇ କିଟ ଏବଂ ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କ ପାଇଁ ମାସ୍କ ପ୍ରସ୍ତୁତ କରିବାରେ ଆଗେଇ ଆସିଛନ୍ତି । ଏକ ସଂଗଠନ ଭାବରେ ଆମେ ଆମର ସାମାଜିକ ଦାୟିତ୍ବ ପାଇଁ ପ୍ରତିଶୃତିବଦ୍ଧ ଏବଂ ଆନନ୍ଦିତ ଯେ ଆମର ସଶକ୍ତ ମହିଳାମାନେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିପାରୁଛୁ । ଆମର ସ୍ବେଚ୍ଛାସେବୀମାନେ ଏକ ଉତ୍ସର୍ଗୀକୃତ କାରଣ ପାଇଁ ସେବା ଜାରି ରଖିଛନ୍ତି ।'' ବୋଲି ଜିଆଇଏଚଏଏଲ ର ସିଇଓ ପ୍ରଦୀପ ପାନିକର୍ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ।

ABOUT THE AUTHOR

...view details