ଓଡିଶା

odisha

By

Published : Dec 6, 2019, 1:52 PM IST

ETV Bharat / bharat

ସଂସଦରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ଏନକାଉଣ୍ଟର ମାମଲା

ସଂସଦରେ ଉଠିଲା ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ଏନକାଉଣ୍ଟର ମାମଲା। ଲୋକସଭାରେ ଏହି ଏନକାଉଣ୍ଟରକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ।

hyderabad-gangrape-encounter
ଫଟୋ ସୌଜନ୍ୟ: ଲୋକସଭା ଟିଭି

ନୂଆଦିଲ୍ଲୀ: ସଂସଦରେ ଉଠିଲା ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ଏନକାଉଣ୍ଟର ମାମଲା। ଗୋଟିଏ ପଟେ ଏହି ଏନକାଉଣ୍ଟରକୁ ସମର୍ଥନ କରିଥିବା ବେଳେ ଅନ୍ୟପଟେ ଉନ୍ନାଓ ଘଟଣାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ। ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ଜିଅନ୍ତା ଜଳାଯାଇଥିବା ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି, 'ହାଇଦ୍ରାବାଦରେ ଅଭିଯୁକ୍ତକୁ ଦଣ୍ଡ ଦିଆଯାଉଛି, ହେଲେ ଉତ୍ତର ପ୍ରଦେଶରେ ଜାମିନରେ ଛଡା ଯାଉଛି। '

ଭିଡିଓ ସୌଜନ୍ୟ: ଲୋକସଭା ଟିଭି


ସେ କହିଛନ୍ତି, ଗୋଟିଏ ପଟେ ଦେଶରେ ରାମ ମନ୍ଦିର ନିର୍ମାଣ କରାଯାଉଛି ଅନ୍ୟପକ୍ଷରେ ସୀତା ମାତାଙ୍କୁ ଜାଳି ଦିଆଯାଉଛି। ଏହା ଆମ ଦେଶର ସତ୍ୟତା। ଅପରାଧିଙ୍କୁ ଏତେ ସାହାସ କିପରି ହେଉଛି ? ଆମ ଦେଶରେ କ'ଣ ଚାଲିଛି ବୋଲି ସେ କହିଛନ୍ତି ।

ସେପଟେ ଅଧୀର ରଞ୍ଜନ ଅପରାଧିକ ମାମଲା ସହ ରାମ ମନ୍ଦିର ପ୍ରସଙ୍ଗ ଜଡିଥିବାରୁ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି, 'ମହିଳା ସମ୍ମାନ ଏବଂ ସୁରକ୍ଷା ପ୍ରସଙ୍ଗକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ଦୁଃଖର ବିଷୟ। '

ABOUT THE AUTHOR

...view details