ଓଡିଶା

odisha

By

Published : Dec 5, 2019, 8:49 PM IST

ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ-ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତର ଛାତିଥରା ଖୁଲାସା

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକକୁ ଗଣ ଦୁଷ୍କର୍ମ ପରେ ଜୀବନ୍ତ ଜାଳି ଦେଇ ହତ୍ୟା ଘଟଣାରେ ସାରା ଦେଶରେ କ୍ରୋଧର ବହ୍ନି ଜଳିଥିଲା । ଏବେ ସମସ୍ତ ଚାରି ଅଭିଯୁକ୍ତଙ୍କୁ 7 ଦିନ ପୋଲିସ ହେପାଜତରେ ରହିଛନ୍ତି । ପୋଲିସ ଆଗରେ ଅଭିଯୁକ୍ତ ମାନେ ହତଚକିତ କଲା ଭଳି ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ...

hyderabad gang rape
ଡିଜାଇନ ଫଟୋ

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକକୁ ଗଣ ଦୁଷ୍କର୍ମ ପରେ ଜୀବନ୍ତ ଜାଳି ଦେଇ ହତ୍ୟା ଘଟଣାରେ ସାରା ଦେଶରେ କ୍ରୋଧର ବହ୍ନି ଜଳିଥିଲା । ଏବେ ସମସ୍ତ ଚାରି ଅଭିଯୁକ୍ତଙ୍କୁ 7 ଦିନ ପୋଲିସ ହେପାଜତରେ ରହିଛନ୍ତି । ପୋଲିସ ଆଗରେ ଅଭିଯୁକ୍ତ ମାନେ ହତଚକିତ କଲା ଭଳି ଖୁଲାସା କରିଛନ୍ତି । ଯାହା ଯେତିକି ଭୟାନକ ସେତିକି ବିଭତ୍ସ ଓ ନୃଶଂସତାର ଚରମ ସୀମାକୁ ସାମ୍ନାକୁ ଆଣିଛି । ମୁଖ୍ୟ ଅଭିଯୁକ୍ତ ଏହି ଜଘନ୍ୟ ହତ୍ୟାକାଣ୍ଡର ଘଟାଇବା ସମୟର କିଛି ଲୋମଟାଙ୍କୁରା ଘଟଣା ପୋଲିସ ସାମ୍ନାରେ କହିଛି । ମହିଳା ପଶୁ ଚିକିତ୍ସକଙ୍କୁ ନିଆଁ ଲଗାଇ ଜାଳିବା ସମୟରେ ସେ ଜୀବିତ ଥିବା ପୋଲିସ ଆଗରେ କହିଛନ୍ତି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆରିଫ ମହମ୍ମଦ ପାଶା ପୋଲିସ ଆଗରେ କହିଛି ଯେ, ଗଣଦୁଷ୍କର୍ମ ପରେ ପଶୁ ଚିକିତ୍ସକ କେଉଁଆଡେ ଯେପରି ଚାଲି ନଯାନ୍ତି ସେଥିପାଇଁ ତାଙ୍କ ଗୋଡ, ହାତକୁ ବାନ୍ଧି ଦେଇଥିଲେ । ଏହାପରେ ପୀଡିତାଙ୍କୁ ଜୋର ଜବରଦସ୍ତ ମଦ ପିଆଇଥିଲେ । ସେ ଅଚେତ ହେବା ପରେ ତାଙ୍କୁ ଲରିରେ ପକାଇ ବ୍ରିଜ ତଳକୁ ଆଣିଥିଲେ । ପରେ ନିଆଁ ଲଗାଇ ତାଙ୍କୁ ଜାଳି ଦେଇଥିଲେ ।

ଆରିଫ କହିଛି ଯେ, ସେମାନଙ୍କୁ ଲାଗିଥିଲା ଯେ ମହିଳା ଜଣକ ମରିଯାଇଛନ୍ତି । ମାତ୍ର ନିଆଁ ଲଗାଇବା ସମୟରେ ମହିଳା ପଶୁ ଚିକିତ୍ସକ ଚିତ୍କାର କରିଥିଲେ । ଏହାସହ ପଶୁ ଚିକିତ୍ସକ ଜଳୁଥିବା ସମୟରେ ସେଠାରେ ଅନେକ ସମୟ ଯାଏଁ ସେମାନେ ଉପସ୍ଥିତ ରହିଥିଲେ । ପୋଲିସରେ ଧରାପଡିବା ଭୟରେ ମହିଳା ପଶୁ ଚିକିତ୍ସକଙ୍କୁ ନିଆଁ ଲଗାଇ ପୋଡି ମାରିଦେଇଥିବା କଥା ସେମାନେ କହିଛନ୍ତି ।

ABOUT THE AUTHOR

...view details