ଓଡିଶା

odisha

ETV Bharat / bharat

ଘର ବାହାରେ କେତେ ସୁରକ୍ଷିତ ନାରୀ? - କେତେ ସୁରକ୍ଷିତ ନାରୀ

ଘରୁ ବାହାରକୁ ଗଲେ ନାରୀ କେତେ ସୁରକ୍ଷିତ। ହାଇଦ୍ରାବାଦରେ ପ୍ରାଣୀଧନ ଚିକିତ୍ସକଙ୍କୁ ଦୁଷ୍କର୍ମ ଏବଂ ନିର୍ମମ ହତ୍ୟା ପରେ ନାରୀ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।

hyd rape, doctor
ଘରୁ ବାହାରେ କେତେ ସୁରକ୍ଷିତ ନାରୀ

By

Published : Dec 2, 2019, 5:17 PM IST

ହାଇଦ୍ରାବାଦ:ଘରୁ ବାହାରକୁ ଗଲେ ନାରୀ କେତେ ସୁରକ୍ଷିତ ତାହା ସ୍ପଷ୍ଟ କରୁଛି ହାଇଦ୍ରାବାଦ ପ୍ରାଣୀଧନ ଚିକିତ୍ସକ ହତ୍ୟା ଘଟଣା । ସେଫ ସିଟି କୁହାଯାଉଥିବା ହାଇଦ୍ରାବାଦରେ ପୁଣି ନିର୍ଭୟା ଭଳି ଘଟଣାର ହୋଇଛି ପୁନରାବୃତ୍ତି। ଯାହାକୁ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି।

ସାହାଯ୍ୟ ନାଁରେ ଏହି ବର୍ବର ହତ୍ୟାକାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ପ୍ରଥମେ ଦୁଷ୍କର୍ମ ଆଉ ତା’ ପରେ ଜୀଅନ୍ତା ଜାଳିଲେ ଏହି ନରରାକ୍ଷସ। ସବୁଦିନ ପରି ବୁଧବାର ଦିନ ଡ୍ୟୁଡି ସାରି ସ୍କୁଟିରେ ଘରକୁ ଫେରିବା ବେଳେ ହଠାତ ପଙ୍କଚର ହୋଇଗଲା ପୀଡିତାଙ୍କ ସ୍କୁଟି।

ଘରଲୋକଙ୍କୁ ଫୋନ କରି ସ୍କୁଟି ପଙ୍କଚର ହେବା କଥା ଜଣାଇଥିଲେ ପୀଡିତା। ପ୍ରଥମେ କିଛି ଲୋକ ସାହାଯ୍ୟ କରିବାକୁ ଆସିଥିବା କହିଥିଲେ ସେ । ହେଲେ ସାହାଯ୍ୟ ମାଗିବା ତାଙ୍କ ପାଇଁ ସାଜିଲା କାଳ । ଆଉ କିଛି ମିନିଟ ଭିତରେ ସ୍ବିଚ ଅଫ ହୋଇଗଲା ତାଙ୍କ ଫୋନ । ଏପଟେ ଅଫିସର ସହଯୋଗୀଙ୍କ ସହ ଭଉଣୀଙ୍କୁ ଖୋଜି ଆସିଲେ ସାନ ଭଉଣୀ। ହେଲେ ମିଳିନଥିଲା ପତ୍ତା। ସ୍ଥାନୀୟ ଥାନାରେ ଅଭିଯୋଗ ଶୁଣିଲେନି ଥାନାବାବୁ। ଆଉ ରାତିରେ ଖୋଜାଖୋଜି ପରେ ଗୁରୁବାର ସକାଳୁ ମିଳିଥିଲା ମୃତଦେହ।

ଘର ବାହାରେ କେତେ ସୁରକ୍ଷିତ ନାରୀ

ଗୋଟିଏ ସପ୍ତାହ ଭିତରେ ପାଞ୍ଚ ପାଞ୍ଚଜଣ ନାରୀ ଦୁଷ୍କର୍ମର ଶିକାର ହେଲେଣି । ଏଭଳି ନୃଶଂସତା ଓ ନାରୀ ସୁରକ୍ଷାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ABOUT THE AUTHOR

...view details