ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ଏନକାଉଣ୍ଟର; ତଦନ୍ତ କରିବେ ତିନିଜଣିଆ କମିଟି - ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଏନକାଉଣ୍ଟରକୁ ନେଇ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ତିନିଜଣିଆ କମିଟି ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବେ । ଅଧିକ ଖବର ପଢନ୍ତୁ...

ହାଇଦ୍ରାବାଦ ଏନକାଉଣ୍ଟର; ତଦନ୍ତ କରିବେ ତିନିଜଣିଆ କମିଟି
ହାଇଦ୍ରାବାଦ ଏନକାଉଣ୍ଟର; ତଦନ୍ତ କରିବେ ତିନିଜଣିଆ କମିଟି

By

Published : Dec 12, 2019, 1:03 PM IST

ହାଇଦ୍ରାବାଦ: ଦେଶରେ ସରଗରମ ମାହୋଲ ସୃଷ୍ଟି କରିଥିବା ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଲେଙ୍ଗାନା ପୋଲିସ ସମ୍ପୃକ୍ତ 4 ଅଭିଯୁକ୍ତଙ୍କୁ ଘଟଣାସ୍ଥଳରେ ସିନ ରି-କ୍ରିଏସନ ପାଇଁ ନେଇଥିବା ବେଳେ ଏନକାଉଣ୍ଟର କରିଥିଲା । ସେଠାରେ 4 ଅଭିଯୁକ୍ତଙ୍କ ମୃତ୍ୟୁ ଘଟିବା ପରେ ଦେଶରେ ବିଭିନ୍ନ ସ୍ଥାନରେ ଖୁସିର ମାହୋଲ ବି ଦେଖିବାକୁ ମିଳିଥିଲା । ମାତ୍ର ଅନେକ କ୍ଷେତ୍ରରେ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ଅଙ୍ଗୁଳି ବି ଉଠାଯାଇଥିଲା । ତେବେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି ଯାହାର ଶୁଣାଣି ଗୁରୁବାର ହୋଇଛି ।

ହାଇଦ୍ରାବାଦ ଏନକାଉଣ୍ଟର; ତଦନ୍ତ କରିବେ ତିନିଜଣିଆ କମିଟି

ପ୍ରଧାନ ବିଚାରପତି ଏହାର ଶୁଣାଣି କରି କହିଛନ୍ତି ଯେ, ପ୍ରତ୍ୟେକ ଜନସାଧାରଣଙ୍କର ସମାନ ଅଧିକାର ରହିଛି ସତ ଜାଣିବାକୁ । ମାତ୍ର ଘଟଣାସ୍ଥଳରେ କଣ ଘଟିଥିଲା ତାହା କେବଳ ପୋଲିସ ଓ ମୃତ ଅଭିଯୁକ୍ତଙ୍କୁ ଜଣା । ତେବେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଏକ ତିନି ଜଣିଆ କମିଟି ଗଠନ ହେବ। ଯାହାର ନେତୃତ୍ବ ନେବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଭି.ଏସ ସିରପୁରକର । ସେପଟେ ତେଲେଙ୍ଗାନ ସରକାରଙ୍କ ପକ୍ଷରୁ ନିଜର ଯୁକ୍ତି ରଖିଥିଲେ ବରିଷ୍ଠ ଓକିଲ ମୁକୁଲ ରୋହତୋଗୀ ।

ତିନିଜଣିଆ କମିଟି ଗଠନ ହେବା ସହ ଏଥିରେ ପୂର୍ବତନ ବିଚାରପତି ଓ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରହିବେ । ସେପଟେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଏ କଥା ବି ଜଣାଇଛନ୍ତି ଯେ, ଏହି ତଦନ୍ତରେ ଅନ୍ୟ କେହି ବି ହସ୍ତକ୍ଷେପ କରିପାରିବେ ନାହିଁ ଯେବେ ଯାଏଁ କୋର୍ଟ ନିର୍ଦ୍ଦେଶ ଦେଇନାହାଁନ୍ତି ।

ABOUT THE AUTHOR

...view details